ଜଳିଗଲା ସୁଖୋଇ ବିମାନ : ନାସିକ ନିକଟରେ ସୁଖୋଇ-୩୦ ଏମକେ ବିମାନ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉଥିବା ବେଳେ ଦୁର୍ଘଟଣାଗସ୍ତ

33

କନକ ବ୍ୟୁରୋ : ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତା ମୁମ୍ବାଇ ନାସିକ ନିକଟରେ ସୁଖୋଇ -୩୦ ଏମକେ ବିମାନ ଦୁର୍ଘଟଣାଗସ୍ତ ହୋଇ ଜଳିଯାଇଛିି । ବିମାନଟି ପୁରା ଜଳିଯାଇଥିବା ବେଳେ ସେଥିରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି । ଏହି ଯୁଦ୍ଧ ବିମାନଟିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିବା ବେଳେ ଏହା ଦୁର୍ଘଟଣାଗସ୍ତ ହୋଇଛି ।

ସୂଚନାଯୋଗ୍ୟ ଏହି ମାସରେ ଗୁଜରାଟର କଚ୍ଛ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହା ବ୍ୟତୀତ ଗତବର୍ଷ ମେ ମାସରେ ଚୀନ ସୀମା ନିକଟରେ ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣ ପାଇଲଟଙ୍କର ମୃତ୍ୟୁ ଘଟିଥିଲା । ପାଇଲଟ ଦ୍ୱୟ ଯଦିଓ ଦୁର୍ଘଟଣା ପୂର୍ବରୁ ସୁଖୋଇ ବିମାନରୁ ନିଜକୁ ଇଜେକ୍ଟ କରି ଦେଇଥିଲେ । ମାତ୍ର ତଳେ ପଡ଼ି ସେମାନେ ଭୟଙ୍କର ଭାବେ ଆହତ ହେବା ସହିତ ମୃତ୍ୟୁ ବରଣ କରିଥିଲେ । ସେହିପରି ୨୦୧୫ରେ ସୁଖୋଇ -୩୦ଏମକେଆଇ ଲଢ଼ୁଆ ବିମାନ ମଧ୍ୟ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାତ୍ର ଏଥିରୁ ଏହାର ପାଇଲଟ ଓ କୋ ପାଇଲଟ୍ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ପାରିଥିଲେ ।