ଆପଣଙ୍କ ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କଲା ଭଳି ଖବର ! ସାବାସ୍ ସୁକାନ୍ତି

47

କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ବଳରେ କିଛି ବି କରିବା ସମ୍ଭବ । ପଙ୍ଗୁ ଲଂଘେ ଗିରି । ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ଅକ୍ଷମତାକୁ ପାର କରି ସଫଳ ହୋଇଛନ୍ତି ଓ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟିି କରିଛନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଲେ ଓଡ଼ିଶାର ସୁକାନ୍ତି ଦାସ । ଦୃଷ୍ଟିହୀନ ହେଲେ ମଧ୍ୟ ସମାଜରେ ଏବେ ସେ ଜଣେ ସଫଳ ବ୍ୟକ୍ତିତ୍ୱ । ଓଡ଼ିଶା ରାଜସ୍ୱ ସେବାରେ ସେ ଏବେ ସାମିଲ ହୋଇଛଚନ୍ତି । ଅନେକ ଦୁଃଖ ଓ ଯନ୍ତ୍ରଣାକୁ ସାହସ ସହକାରେ ପାର କରି ଆଗକୁ ବଢ଼ିଛନ୍ତିି ସୁକାନ୍ତି ।

ସୁକାନ୍ତିଙ୍କ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ସୁକାନ୍ତି ଜନ୍ମରୁ ଦେଖିପାରନ୍ତି ନାହିଁ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି । ସୁକାନ୍ତି ପୂର୍ବରୁ ଏକ ଶିକ୍ଷା ସହାୟକ ରୂପରେ କାମ କରି ସାରିଛନ୍ତି । ଦୃଷ୍ଟି ଶକ୍ତି ନଥିବା ସତ୍ୱେ ସେ ଅନେକ ପିଲାଙ୍କୁ ଶିକ୍ଷାଦାନ କରିବା ସହ ନିଜ ପରିବାରର ଧ୍ୟାନ ମଧ୍ୟ ରଖୁଥିଲେ । ସୁକାନ୍ତି ଏବେ ଜଣେ ସରକାରୀ ଚାକିରିଆ ରୂପରେ ଓଡ଼ିଶାର ଲୋକଙ୍କ ସେବା କରିବେ ।

ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ତାଙ୍କ ସହଯାଗୀ ଶ୍ୱେତପଦ୍ମା ଶତପଥୀ, ସୁକାନ୍ତି ବର୍ଣ୍ଣନା କରିଥିବା ସଂଘର୍ଷମୟ କାହାଣୀ ବିଷୟରେ ପ୍ରକାଶ କରିଛନ୍ତି । ସୁକାନ୍ତି କହିଛନ୍ତି ଅନ୍ୟ ସାଧାରଣ ଲୋକଙ୍କ ପରି ମୁଁ କାମ କରିବା ପାଇଁ ଚାହେଁ । ଏଥିପାଇଁ ଆମକୁ ଟିକେ ଅଧିକ ପରିଶ୍ରମ କରିବା ପାଇଁ ପଡ଼େ । କାରଣ ଲୋକେ ମୋତ ଅକ୍ଷମ କହି ମୋ କାର୍ଯ୍ୟଦକ୍ଷତାକୁ ସନ୍ଦେହ କରନ୍ତୁ ମୁଁ ଏକଥା ଚାହେଁନି । ସେଥିପାଇଁ ମୁଁ ଅକ୍ଷମ ନୁହଁ ଏବଂ ସାଧାରଣ ଲୋକଙ୍କ ପରି ମୁଁ ବି ସବୁ କାମ କରିପାରିବି ବୋଲି ପ୍ରତିଦିନ ପ୍ରମାଣ କରୁଛି ।

ସୁକାନ୍ତିଙ୍କୁ ଦେଖି ମୁଁ ପ୍ରେରଣା ପାଏ ବୋଲି ପ୍ରକାଶ କରିଛନ୍ତି ଶ୍ୱେତପଦ୍ମା । ସେ କହିଛନ୍ତି ଯେତେବେଳ ଜଣେ ମହିଳା ଭାବି କିଛି ଭୟ କରୁଛନ୍ତି କିମ୍ବା ମନରେ କିଛି ଡ଼ର ଆସୁଛି ସେତେବେଳ ଏହି ମହାନ ମହିଳାଙ୍କ କଥା ଭାବନ୍ତୁୁ । ମନରେ ଆତ୍ମବିଶ୍ୱାସ ଆସିବ, ଆପଣଙ୍କ ସମସ୍ତ ଡର ଓ ସନ୍ଦେହ ଚାଲିଯିବ ।