ସୁଜାତ ବୁଖାରୀ ହତ୍ୟାକାଣ୍ଡ ଘଟଣା: ୪ ଅଭିଯୁକ୍ତଙ୍କ ଫଟୋ ଜାରି କଲା ଜାମ୍ମୁ-କାଶ୍ମୀର ପୋଲିସ, ପାକିସ୍ତାନରେ ରଚିଥିଲେ ହତ୍ୟାକାଣ୍ଡର ମାଷ୍ଟର ପ୍ଲାନ ।

15

ରାଇଜିଂ କାଶ୍ମୀରର ଏଡିଟର ବରିଷ୍ଠ ସମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟା ମାମଲାରେ ସଂପୃକ୍ତି ଥିବା ୪ ଅଭିଯୁକ୍ତଙ୍କ ଫଟୋ ଜାରି କଲା ଜାମ୍ମୁ-କାଶ୍ମୀର ପୋଲିସ । ଜମ୍ମୁ-କାଶ୍ମୀର ପୋଲିସ କହିବା ମୁତାବକ ସମ୍ବାଦିକ ବୁଖାରୀଙ୍କ ହତ୍ୟାକାଣ୍ଡ ପାଇଁ ପାକିସ୍ତାନରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ପୂର୍ବରୁ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସଜ୍ଜଦ ଶ୍ରୀନଗର ବାସିନ୍ଦା । କିନ୍ତୁ ବର୍ତ୍ତମାନ ସଜ୍ଜଦ ପାକିସ୍ତାନରେ ବସବାସ କରୁଥିବା ପୋଲିସ ଜାଣିବାକୁ ପାଇଛି । ଏବଂ ସେଠାରେ ଲସ୍କର-ଇ-ତୋଇବା ସହିତ ଜଡିତ ଥିବା ଜାମ୍ମୁ-କାଶ୍ମୀର ପୋଲିସ ଜାଣିବାକୁ ପାଇଛି ।

ବୁଖାରୀଙ୍କ ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ସଜ୍ଜଦ ଗୁଲକୁ ଧରିବା ପାଇଁ ଲୁକ-ଆଉଟ ସର୍କୁଲାର ଜାରି କରାଯାଇଥିବା କାଶ୍ମୀର ଏସପି କହିଛନ୍ତି । ସଜ୍ଜଦ ଏମବିଏ ପାଠ୍ୟକ୍ରମ ଶେଷ କରି ପାକିସ୍ତାନରେ ୫ ବର୍ଷ ହେବ ରହୁଥିବା ପୋଲିସ ଜାଣିବାକୁ ପାଇଛି । ସେହିପରି ଅନ୍ୟ ତିନି ଜଣ ଆଜାଦ ଅହମଦ ମଲ୍ଲିକ, ମୁଜାଫର ଅହମଦ ଭଟ୍ଟ ଓ ନାଭିଦ ଜଟ୍ଟ ପ୍ରମୂଖ ଆତଙ୍କବାଦୀଙ୍କ ସହ ଜଡିତ ଥିବା କହିଛି ପୋଲିଛି ।

ଜୁନ ୧୪ ତାରିଖ ଦିନ ସନ୍ଦିଗ୍ଧମାନେ ଏକ ବାଇକରେ ଆସି ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରୀଙ୍କୁ ଗୁଳି କରି ହତ୍ୟା କରି ଫେରାର ହୋଇଯାଇଥିଲେ । ଏବଂ ହତ୍ୟାର ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା । ଏହାପରେ ପୋଲିସ ହତ୍ୟାକରୀଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଇଥିଲା । ଶେଷରେ ବୁଖାରୀଙ୍କ ହତ୍ୟାକାଣ୍ଡ ପଛରେ ପାକିସ୍ତାନର ହାତ ରହିଥିବା ସ୍ପଷ୍ଟ ଭାବେ ଜଣାପଡୁଛି । କାରଣ ଶ୍ରୀନଗର ବାସିନ୍ଦା ମାଷ୍ଟରମାଇଣ୍ଡ ସଜ୍ଜଦ ଗୁଲ୍ ଲସ୍କର-ଇ-ତୋଇବା ଆତଙ୍କାବଦୀ ସଂଗଠନ ସହିତ ଜଡିତ ଥିବାସହ ଦୀର୍ଘ ୫ ବର୍ଷ ହେବ ପାକିସ୍ତାନରେ ରହୁଛନ୍ତି । ଏହାସହ ଅନ୍ୟ ୩ଜଣ ସନ୍ଦିଗ୍ଧ ମଧ୍ୟ ପାକିସ୍ତାନର ବୋଲି କାଶ୍ମୀର ଆଇଜିପି ସ୍ୱୟଂ ପ୍ରକାଶ ପାଣିି କହିଛନ୍ତି ।