ଫେସବୁକ ଆତ୍ମହତ୍ୟା ଘଟଣାର ମୁହଁ ଖୋଲିଲେ ପତ୍ନୀ : କହିଲେ, ଅନ୍ୟ ଯୁବକଙ୍କ ସହ ନଥିଲା କିଛି ବି ସମ୍ପର୍କ , ଭୁଲ ତଥ୍ୟ ଦେଇ କରାଇଥିଲେ ବାହାଘର

49

କନକ ବ୍ୟୁରୋ : ଫେସବୁକରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ପତ୍ନୀ କନକ ନ୍ୟୁଜ ଆଗରେ ମୁହଁ ଖୋଲିଛନ୍ତି । ପୁରୀର ଯୁବକ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତାଙ୍କ ସ୍ୱାମୀ ଆଣିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ସଫ୍ଟୱେର ଇଞ୍ଜିନିୟର କହି ତାଙ୍କୁ ବିବାହର କରାଯାଇଥିଲା । କିନ୍ତୁ ସେ ବେଙ୍ଗୁଲୁରରେ ଅନ୍ୟ କାମ କରୁଥିଲେ । ଜଗତସିଂହପୁରର ଯୁବକ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ତାଙ୍କ ସହ ପରିବାର ଲୋକେ ବିବାହ ଠିକ୍ କରିଥିଲେ । କିନ୍ତୁ କୌଣସି କାରଣରୁ ଏହା ହୋଇପାରିନଥିଲା ।

ସେପଟେ ଜଗତସିଂହପୁରର ଯୁବକ ବି ଫୋନରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଆମ ବାହାଘର ଠିକ୍ ହୋଇଥିଲା । ବାହାଘର ପରେ ଆମର କୌଣସି ସମ୍ପର୍କ ନାହିାଁ ମୁଁ କୌଣସି ଫଟୋ ତାଙ୍କ ସ୍ୱାମୀଙ୍କୁ ପଠାଇନଥିଲି । ତାଙ୍କ ସ୍ୱାମୀ ମୋ ସହ ପୂର୍ବରୁ କଥା ହେଉଥିଲେ । ଫେସବୁକରେ ସେ ମୋର ବନ୍ଧୁ ଥିଲେ । ମୋ ନାଁରେ କେହି ଜଣେ ଫେକ୍ ଆକାଉଂଟ କରି ଫଟୋକୁ ତାଙ୍କ ସ୍ୱାମୀଙ୍କୁ ପଠାଇଥିଲା ।