ମୃତ୍ୟୁର ଆପ୍ ! କେବଳ ବ୍ଲୁ ହ୍ୱେଲ୍ ନୁହେଁ ଏହି ସବୁ ଖେଳ ମଧ୍ୟ ନେଇଥାଏ ଜୀବନ . . ସାବଧାନ୍ ରୁହନ୍ତୁ
ବ୍ଲୁ ହ୍ୱେଲ୍ ଗେମ୍ ଏକ ମାରାତ୍ମକ ଖେଳ ଭାବେ ସାରା ବିଶ୍ୱ ଗ୍ରହଣ କରି ସାରିଛି । ମୋବାଇଲରୁ ଆରମ୍ଭ ହେଉଥିବା ଏହି ଭୟଙ୍କର ଖେଳ ଶେଷ ହେଉଛି ମୃତ୍ୟୁରେ । ଏହି ଖେଳରେ ବର୍ତ୍ତମାନ ସୁଦ୍ଧା ଋଷିଆର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଭାରତରେ ମଧ୍ୟ ଏହି ଗେମର ପ୍ରଭାବ ନିକଟରେ ଦେଖିବାକୁ ମିଳିଥିଲା । ମୁମ୍ବାଇର ୧୪ବର୍ଷୀୟ ବାଳକ ମନପ୍ରିତ୍ ସାହାନ୍ସ ଏହି ଖେଳର ବସବର୍ତ୍ତୀ ହୋଇ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇ ପଡ଼ିଥିଲା । ତେବେ ଖାଲି ବ୍ଲୁ ହେ୍ଵଲ୍ ନୁହେଁ, ଏଭଳି ଆଉ କେତେକ ଗେମ୍ ମଧ୍ୟ ରହିଛି, ଯାହାର କୁପ୍ରଭାବ ପିଲାଙ୍କ ଉପରେ ପଡ଼ୁଛି । ଯାହା ସମ୍ପର୍କରେ ଜାଣିବା ଓ ଏ ବାବଦରେ ସତର୍କ ରହିବା ଏକାନ୍ତ ଆବଶ୍ୟକ।
ପୋକେମନ୍ ଗୋ : ଏହି ଗେମ୍ରେ ମୋବାଇଲଧାରୀ ପୋକେମନ୍ ଖୋଜି ଖୋଜି ନୟାନ୍ତ ହେଉଛନ୍ତି । ସେମାନେ ଖେଳରେ ଏତେ ତଲ୍ଲୀନ ହୋଇପଡୁଛନ୍ତି ଯେ, ନଦୀ, ନାଳ, ପୋଖରୀରରେ ବୁଡି, ଉଚ୍ଚ ପାହାଡରୁ ଡେଇଁ ଓ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଉଛନ୍ତି । ଏହି ଖେଳପାଇଁ ଅଧିକରୁ ଅଧିକ ଦୁର୍ଘଟଣା ହୋଇଛି ଓ ଜୀବନ ହାନୀ ଘଟିଛି ବୋଲି ଏକ ରିପୋର୍ଟରୁ ପ୍ରକାଶ ।
ଭାମ୍ପାୟାର ବାଇଟିଙ୍ଗ୍ : ଏହି ଗେମ୍ ମଧ୍ୟ ଖୁବ୍ ବିପଜ୍ଜନକ। ଏଥିରେ ଖେଳୁଥିବା ବ୍ୟକ୍ତି ନିଜକୁ ଜଣେ ଭାମ୍ପାୟାର ମନେକରେ। ସେ ଏହି ଖେଳରେ ଆବେଶରେ ଆସି ଅନ୍ୟମାନଙ୍କୁ ଭାମ୍ପାୟାର ଭଳି ଦାନ୍ତରେ କାମୁଡ଼ି ପକାଏ। ଫଳରେ ଅନ୍ୟମାନଙ୍କୁ ରକ୍ତାକ୍ତ କରେ। ଏହା ଦ୍ୱାରା ଦନ୍ତାଘାତର ଶିକାର ହେଉଥିବା ଲୋକେ ସଂକ୍ରମଣର ଶିକାର ହୋଇଥାଆନ୍ତି।
ଦ କାର୍ ସର୍ଫିଂ ଚ୍ୟାଲେଞ୍ଜ : ଏହି ଗେମରେ ଖେଳାଳିକୁ ନିଜ କାରର ହୁଡରେ, ବନେଟ୍ ଉପରେ କିମ୍ବା ବମ୍ପର ଉପରେ ବସିବାକୁ କୁହାଯାଇଥାଏ । ଖେଳରେ ମଜ୍ଜିଯିବା ପରେ କିଛି ବୁଦ୍ଧିବାଟ ଦିଶେ ନାହିଁ ଓ ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇବାକୁ ପଡ଼ିଥାଏ ।
କାଇଲି ଲିପ୍ ଚ୍ୟାଲେଞ୍ଜ : ଏହି ଗେମରେ ନିଜ ଓଠକୁ କାଚ ବୋତଲ ମୁହଁରେ ପୁରାଇ ରଖିବାକୁ ନିର୍ଦ୍ଦେଶ ରହିଥାଏ । ଯାହା ଅତ୍ୟନ୍ତ ମାରାତ୍ମକ । ଏଭଳି କରିବା ଦ୍ୱାରା ଅନେକ ସମୟରେ ବୋତଲ ଫାଟିଯାଇ କାଚ ମୁହଁ ଭିତରକୁ ପ୍ରବେଶ କରିଥାଏ ଓ ମୃତ୍ୟୁର କାରଣ ସାଜିଥାଏ ବୋଲି ଜଣାପଡିଛି ।
Comments are closed.