ଗଂଜାମ : ମଧୁରଚୁଆଁ ଗାଁରେ ଋଣଭାର ସହି ନପାରି ପୁଣି ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ

26

କନକ ବ୍ୟୁରୋ : ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ । ଋଣଭାର ସହି ନପାରି ଗଂଜାମ ବ୍ଲକ ମଧୁରଚୁଆଁ ଗାଁର ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କାଙ୍ଗଲି ନାୟକ ଋଣଭାର ଓ ଅଭାବି ବିକ୍ରିର ଶିକାର ହୋଇ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରମ୍ଭା ମେଡ଼ିକାଲରେ ଭର୍ତି କରାଯାଇଥିଲା ।

ପରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । କାଙ୍ଗାଲି ନିଜ ୫ ଏକର ଜମିରେ ପରିବା ଚାଷ କରିଥିଲେ । ଏଥିପାଇଁ ସେ ୩ଲକ୍ଷ ଟଙ୍କା ଋଣ କରିଥିଲେ । ଫସଲରେ ବ୍ୟାପକ କ୍ଷତି ହୋଇଥିବାରୁ ସେ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ ।