ଦେହରେ ଢାଳିଲେ କିରୋସିନ୍ ! ମୂଲ୍ୟାୟନ ତ୍ରୁଟି ଅଭିଯୋଗ ନେଇ ସିବିଏସଇ ଅଫିସରେ ହୋହଲ୍ଲା ଜାରି

19

କନକ ବ୍ୟୁରୋ : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ତ୍ରୁଟିପୂର୍ଣ୍ଣ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ ଓ ଛାତ୍ର ଓ ଅଭିଭାବକ ସଂଘ । ନ୍ୟାୟ ଦାବି କରି ଆଜି ଜଣେ ଛାତ୍ର ଆତ୍ମାହୁତି ଉଦ୍ୟମ କରିଛନ୍ତି । ସଂଘର ୫ ଦଫା ଦାବି ମାନିବାକୁ ସିବିଏସଇ କର୍ତ୍ତୃପକ୍ଷ ରାଜି ନହେବାରୁ ପୁଣିଥରେ ତେଜିଛି ଆନ୍ଦୋଳନ ।

ଚଳିତବର୍ଷ ସିବିଏସଇର ଦ୍ୱାଦଶ ପରିକ୍ଷା ଫଳରେ ବ୍ୟାପକ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଥିଲା । ଭୁବନେଶ୍ୱର ଜୋନରୁ ପ୍ରାୟ ୧୩,୦୦୦ ଓ ଓଡିଶାରୁ ୭୫୦୦ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଥିଲା । ସମାଧାନ ପାଇଁ ଡେଡ୍ ଲାଇନ ଶେଷ ହେବା ପରେ ସିବିଏସଇ ଅଫିସ ଘେରାଉ କରିଥିଲେ ଛାତ୍ର ଓ ଅଭିଭାବକ ସଂଘ । ସିବିଏସଇ ଓ ଅଭିଭାବକ ସଂଘର ଆଲୋଚନା ବିଫଳ ହେବାପରେ ପୁଣିଥରେ ତେଜିଛି ଆନ୍ଦୋଳନ । ଏହା ଆନ୍ଦୋଳନକୁ ସମର୍ଥନ କରିଛି ଛାତ୍ର କଂଗ୍ରେସ୍ ।