ଯାଜପୁର ପଦାସାହି ଗାଁରେ ଅଭାବନୀୟ ଘଟଣା ! ପୁଅର ମୃତ୍ୟୁ ଖବର ପାଇ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

23

କନକ ବ୍ୟୁରୋ : ପୁଅର ମୃତ୍ୟୁ ଖବର ପାଇ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପଦାସାହି ଗାଁରୁ । ପୁଅର ମୃତ୍ୟୁ ଖବର ପାଇବା ପରେ ମା’ ଓ ଦୁଇ ଭଉଣୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । କାମ କରିବା ପାଇଁ କେରଳ ଯାଇଥିବା ଏକମାତ୍ର ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଥିଲେ ପରିବାର । ତିନି ଦିନ ତଳେ ଏକମାତ୍ର ରୋଜଗାରିଆ ପୁଅର କେରଳରେ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ ମା’ ଓ ଦୁଇ ଭଉଣୀ ବିଷ ପିଇ ଦେଇଥିଲେ ।