ଆରମ୍ଭ ହେଲା ସିନେମା ‘ସୁଇ ଧାଗା’ର ସୁଟିଂ ! ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍ ବରୁଣ ଏବଂ ଅନୁଷ୍କାଙ୍କର ଭିନ୍ନ ଅନ୍ଦାଜ

41

ବରୁଣ ଏବଂ ଅନୁଷ୍କାଙ୍କର ଆଗାମୀ ସିନେମା ସୁଇ ଧାଗାର ପ୍ରଥମ ଲୁକ ସାମ୍ନାକୁ ଆସିଛି । ବରୁଣ ଧାୱନ ନିଜ ଟ୍ୱିଟର ଆକାଉଂଟରେ ସିନେମାର ପ୍ରଥମ ଲୁକ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନ ଦେଇଛନ୍ତିଯେ “ମୌଜି ଏବଂ ମମତାଙ୍କୁ ଦେଖିବାକୁ ବାଇବେ ୧୮ ସେପ୍ଟେମ୍ବରରେ” । ସିନେମା ଶରତ କଟାରିୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଉଛି ଏବଂ ସିନେମାର କାହାଣୀକୁ ମଧ୍ୟ ସେ ନିଜେ ଲେଖିଛନ୍ତି ।

ଗତ ଜାନୁୟାରୀରେ ଅନୁଷ୍କା ମଧ୍ୟ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବୁଣାବୁଣି କରୁଥିବାର ନଜର ଆସିଥିଲେ । ବରୁଣ ମଧ୍ୟ ଏଥିରୁ ବାଦ ପଡ଼ିନାହାଁନ୍ତି । ସେ ମଧ୍ୟ ସିଲେଇ କରୁଥିବାର ଏକ ଫଟୋ ସେୟାର କରିଥିଲେ । ସିନେମାର ସୁଟିଂ ମଧ୍ୟପ୍ରଦେଶରେ ଆରମ୍ଭ ହୋଇସାରିଛି ଏବଂ ୨୮ ସେପ୍ଟେମ୍ବରରେ ସିନେମା ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି । ତେବେ ଏହି ସିନେମାରେ ବରୁଣ ଏବଂ ଅନୁଷ୍କା ପ୍ରଥମ ଥର ପାଇଁ ଏକା ସାଙ୍ଗରେ ନଜର ଆସିବେ ।