ଆଖୁରସର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . .

68

ଆଖୁ ଖାଇବା ପାଇଁ କିଏ ବା ପସନ୍ଦ ନକରେ । ଆଖୁର ସ୍ୱାଦ ଯେପରି ତାହାର ଗୁଣ ମଧ୍ୟ ସେହିପରି । କେବଳ ଆଖୁ ନୁହେଁ ଆଖୁରସ ମଧ୍ୟ ବେଶ୍ ସ୍ୱାଦିଷ୍ଟ । ଦୁନିଆରେ ବ୍ରାଜିଲପରେ ଭାରତରେ ସବୁଠାରୁ ଅଧିକ ପରିମାଣରେ ଆଖୁ ଉତ୍ପାଦନ ହୋଇଥାଏ । ଆଖୁରୁ ପ୍ରସ୍ତୁତ ଚିନି ଓ ଗୁଡ଼ ବ୍ୟତୀତ ଏହାର ରସ ଶରୀରପକ୍ଷେ ବହୁ ଲାଭପ୍ରଦ ହୋଇଥାଏ । ଆଖୁ ରସରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଯାହକି ଆମର ପାଚନ କ୍ରିୟା ପାଇଁ ଖୁବ୍‌ ସାହାଯ୍ୟ କରିଥାଏ । ଏତଦ୍‌ବ୍ୟତୀତ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ ।

୧. ଆଖୁ ରସରେ ଆଇରନ୍‌, ମାଗ୍ନେସିୟମ, କ୍ୟାଲସିୟମ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହିତ ଜ୍ୱର ଓ ସଂକ୍ରମଣ ହେବାକୁ ଦିଏନାହିଁ ।

୨. ଆଖୁ ରସ ବିଭିନ୍ନ ପ୍ରକାର ରୋଗକୁ ଭଲ କରିଥାଏ । ଶରୀରରେ ପ୍ରୋଟିନ୍‌ ସ୍ତରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ମୁତ୍ରାଶୟ ଜନିତ ଥିବା ଅସୁବିଧାକୁ ଦୂର କରିଥାଏ ।

୩. ଏତଦ୍‌ ବ୍ୟତୀତ କିଡନୀରେ ପଥର ହେବାକୁ ଦିଏ ନାହିଁ । ଆଖୁ ରସ ମହତ୍ତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ହୋଇଥାଏ । ଏହା ଆମ ଲିଭରକୁ ଶକ୍ତି ପ୍ରଦାନ କରିଥାଏ ।

୪. ଦଣ୍ଡିଜରୁ ମୁକ୍ତି ପାଇବା ପାଇଁ ଆଖୁ ରସ ରାମବାଣ ସଦୃଶ କାମ କରିଥାଏ । ଆଖୁ ରସ ମୁଖ ଦୁର୍ଗନ୍ଧ ଦୂର କରିଥାଏ ।

୫. ଆଖୁ ରସରେ ଗ୍ଲାଇକେମିକ୍‌ ଇଣ୍ଡେକ୍ସ ବହୁତ କମ୍‌ ହୋଇଥାଏ । ଏଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ଏହା ଔଷଧ ଭଳି କାମ କରିଥାଏ ।