ଶର୍କରାଯୁକ୍ତ ପାନୀୟ ବଢାଇପାରେ ଆପଣଙ୍କ ଚିନ୍ତା । ଜାଣନ୍ତୁ ନିୟମିତ ପିଇବେ ନାହିଁ କାହିଁକି ?

29

ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ସମସ୍ତେ ମୃଦୁ ପାନୀୟକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରା ଦିନେ ଏହାର ପରିମାଣ ଅଧିକ ରହିଥାଏ । ଏହାକୁ ଅନେକ ଲୋକ ମଧ୍ୟ ନିୟମିତ ପିଉଛନ୍ତି । କିନ୍ତୁ ଆଜିକାଲି ଏଭଳି ମୃଦୁ ପାନୀୟ ବଜାରକୁ ଆସିଲାଣି ଯାହା କେବଳ ଖରାଦିନେ ଅଧିକ ବିକ୍ରି ହୁଏ ନାହିଁ ବରଂ ଅନ୍ୟ ଦିନ ମାନଙ୍କରେ ମଧ୍ୟ ଲୋକମାନେ ପ୍ରଚୁର ମାତ୍ରାରେ ପିଉଥିବାର ଦେଖିବାକୁ ମିଳୁଛି । ଏକ ଗବେଷଣାରୁ ଜଣାପଡ଼ିଛିଯେ ଅଧିକ ମିଠା ଖାଇବା ଦ୍ୱାରା ମୋଟାପଣ ବଢିଥାଏ ।

୨୦୧୩ରୁ ୧୦୧୫ କରାଯାଇଥିବା ୩୦ଟି ଅଧ୍ୟୟନରୁ ଜଣାପଡ଼ିଛିଯେ ଅଧିକ ମିଠା ଖାଇବା ଦ୍ୱାରା କେବଳ ଓଜନରେ ବୃଦ୍ଧି ଘଟି ନଥାଏ ବରଂ ମେଦ ବହୁଳତା ମଧ୍ୟ ହୋଇଥାଏ । ୩ ବର୍ଷ ଧରି ଅଧ୍ୟୟନ କରିବା ପରେ ଫଳାଫଳ ଆସିଲାଯେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶଙ୍କର ଓଜନ ବୃଦ୍ଧି ହେବା ସହିତ ମେଦ ବହୁଳତା ମଧ୍ୟ ହୋଇଛି ।

ଏହି ଅଧ୍ୟୟନରେ ମୋଟ ୨,୪୪,୬୫୧ ପ୍ରତିଯୋଗୀଙ୍କୁ ସାମିଲ କରାଯାଇଥିଲା । ଅଧ୍ୟୟନର ଭୌଗୋଳିକ କ୍ଷେତ୍ର ଅନୁସାରେ ଇଉରୋପରେ ୩୩ ପ୍ରତିଶତ, ଆମେରିକାରେ ୨୩ ପ୍ରତିଶତ, ମଧ୍ୟ ଏବଂ ଦକ୍ଷିଣ ଆମେରିକାରେ ୧୭ ପ୍ରତିଶତ, ଅଷ୍ଟ୍ରେଲିଆରେ ୧୦ ପ୍ରତିଶତ, ଦକ୍ଷିଣ ଆଫ୍ରିକାରେ ୧୦ ପ୍ରତିଶତ ଏବଂ ଇରାନ, ଥାଇଲାଣ୍ଡ ଏବଂ ଜାପାନରେ ୧୦ ପ୍ରତିଶତ ।

ମୃଦୁ ପାନୀୟ ଶରୀର ପାଇଁ ସଂପୂର୍ଣ୍ଣ କ୍ଷତିକାରକ । ଡାଏଟରେ ରହୁଥିବା ବ୍ୟକ୍ତି ଏହାକୁ ପିଇବା ଅନୁଚିତ । ମେଦ ବହୁଳତା ଓ ଓଜନ ବୃଦ୍ଧି ଏକ ବିରାଟ ସମସ୍ୟା ହୋଇଥିବାରୁ ଅତ୍ୟାଧିକ ମୃଦୁ ପାନୀୟ ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ମେଦ ବହୁଳତା ଅନ୍ୟ କେତେକ ରୋଗକୁ ମଧ୍ୟ ଜନ୍ମ ଦେଇଥାଏ ।