ଆଖୁରସ ପିଉଛନ୍ତି କି ? ତେବେ ସାବଧାନ ! ବ୍ୟାପୁଛି ଡାଇରିଆ ଭଳି ମହାମାରି ରୋଗ, ପିଇବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏସବୁ କଥା ।

75

ଖରାଦିନେ ଆଖୁ ଜୁସର ଚାହିଦା ଖୁବ ବଢିଯାଇଥାଏ । ରାସ୍ତା କଡରେ ୧୦ ଟଙ୍କାରେ ବିକ୍ରି ହେଉଥିବା ଆଖୁ ରସ ପିଇ ଲୋକେ ଖରାଦିନେ ଶାନ୍ତି ଅନୁଭବ କରିଥାନ୍ତି । ଅନ୍ୟପଟେ ଆଖୁରେ ଖୁବ ପରିମାଣରେ ଏନର୍ଜି ଥାଏ ବୋଲି ବିଶେଷଜ୍ଞ ମାନେ ମଧ୍ୟ କହିଥାନ୍ତି । କିନ୍ତୁ ଏବେ ଏହା ଲୋକମାନଙ୍କ ଶୋଷ ମେଣ୍ଟାଇବା ସହ ରୋଗକୁ ମଧ୍ୟ ଆମନ୍ତ୍ରଣ କରୁଛି । ଆଜିକାଲି ଲୋକମାନେ ଆଖୁ ଜୁସ ପିଇବା ପାଇଁ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଆଖୁ ବ୍ୟବସାୟୀମାନେ ଆଖୁ ଜୁସ ବିକ୍ରି କରି ବେସ ଦୁଇପଇସା ରୋଜଗାର କରିପାରୁଛନ୍ତି । କିନ୍ତୁ କିଏ କେବେ ଭାବିଛି ଏହା ତିଆରି ହେଉଛି କିପରି ?

ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଉଛି, ଆଖୁକୁ ଭଲ ଭାବରେ ସଫା କରାଯାଇନଥାଏ । ଏହାକୁ ଭଲ ଭାବରେ ସଫା ନକରିବା କାରଣରୁ ଏଥିରେ କଳା କଳା ବିଷାକ୍ତ ଛତୁ ଲାଗିବା ସହ ସିଉଳି ମଧ୍ୟ ଲାଗିଯାଇଥାଏ । ଯହାଫଳରେ ଆଖୁରେ ଲାଗିଥିବା ବିଷାକ୍ତ ପଦାର୍ଥ ଜୁସରେ ମିସି ପେଟକୁ ଯାଇଥାଏ । କେବଳ ସେତିକି ନୁହେଁ ଆଖୁ ଜୁସ ତିଆରି କରୁଥିବା ବ୍ୟକ୍ତିଙ୍କ ଶରୀରରୁ ବାହାରୁଥିବା ଝାଳ ବୋହି ପାପୁଲିକୁ ପଳାଇଥାଏ ଏହା ସହିତ ବ୍ୟକ୍ତି ଜଣକ ଯେଉଁ ହାତରେ ଆଖୁକୁ ଧରି ଜୁସ ବାହାର କରିଥାଏ ସେହି ହାତରେ ଜେନେରେଟକୁବି ସ୍ଟାର୍ଟ କରିଥାଏ । ସେଥିରେ ଲାଗିଥିବା ଜୀବାଣୁ ଜୁସରେ ମିସି ପେଟକୁ ଯାଇଥାଏ । ଯାହା ରୋରର ବାହକ ହୋଇଥାଏ ।

ବଟନୀ ଏକ୍ସପର୍ଟ ଡ. ଅବନୀଶ ପାଣ୍ଡେଙ୍କ କହିବା ଅନୁସାରେ, ଆଖୁରେ ଯଦି ଲାଲ ଅଂଶ ନଜର ଆସେ ତେବେ ସେହି ଆଖୁର ଜୁସକୁ ପିଇବା ଅନୁଚିତ । ଆଖୁର ଏହି ଲାଲ ଅଂଶକୁ ରେଡ ରାଟ ଡିଜିଜ କୁହାଯାଇଥାଏ । ଏହା ଏକ ପ୍ରକାରର କବକ ଅଟେ, ଯାହା ଆଖୁର ରସକୁ ଲାଲ କରିଦେଇଥାଏ । ଯାହା ଫଳରେ ଆଖୁର ସ୍ୱାଦ କମିଯିବା ସହ ପିଇଥିବା ବ୍ୟକ୍ତିଙ୍କୁ ଟାଇଫଏଡ ଏବଂ ଡାଇରିଆ ଭଳି ବିଭିନ୍ନ ପ୍ରକାର ରୋଗ ବାହାରିଥାଏ ।