ମହାରାଷ୍ଟ୍ର ନାସିକରେ ଓଡିଆ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ : ଧର୍ମଶାଳା ବ୍ଲକ ଆରୁହା ଗାଁର ସୁଧୀର ବେହେରାଙ୍କ ମୃତ୍ୟୁ

46

ଯାଜପୁର : ମହାରାଷ୍ଟ୍ର ନାସିକରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଓଡିଆ ତୀର୍ଥଯାତ୍ରୀ ବସ୍ । ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ଗାଁର ସୁଧୀର ବେହେରାଙ୍କ ମୃତ୍ୟୁ ହୋଇଛି । ବସନ୍ତ ବେହେରାଙ୍କ ପୁଅ ୨୧ ବର୍ଷିୟ ସୁଧୀର ଜିଲ୍ଲାର ୪୧ ଜଣ ତୀର୍ଥ ଯାତ୍ରୀଙ୍କ ସହ ଶିରିଡି ବୁଲିବାକୁ ଯାଉଥିଲେ । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏବେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –