ଟମାଟୋ ଦେଲା ଟେନସନ୍ ! ଚାରି ମାସରେ ଦର ବଢିଲା ୧୦୦ ଗୁଣା . . ଦାମ କହିଲେ, ବିଲାତି ଜିନିଷ ଖାଉଛ କାହିଁକି

30

କନକ ବ୍ୟୁରୋ : ମାସ ଚାରିଟାରେ ଟମାଟୋ ଦର ୧୦୦ ଗୁଣା । ଫେବ୍ରୁଆରୀ ମାସରେ ଯେଉଁଠି ଟମାଟୋ କିଲୋ ୭୦ ପଇସାରେ କିଣିବାକୁ ରାଜି ହେଉନଥିଲେ ବ୍ୟବସାୟୀ, ଏବେ ସେହି ଟମାଟୋ ବାହାରୁ ଆସି ୭୦ ଟଙ୍କାରେ ବିକ୍ରି ହେଉଛି । ନିଜ ରାଜ୍ୟରେ ଉତ୍ପାଦିତ ଟମାଟୋକୁ ସାଇତି ରଖିବାକୁ ବ୍ୟବସ୍ଥା କରିପାରିଲେନି ସରକାର । ଉଚିତ ମୂଲ୍ୟ ନମିଳିବାରୁ ରାସ୍ତାରେ ଟମାଟୋ ଫିଙ୍ଗିଦେବାକୁ ବାଧ୍ୟହେଲେ ଚାଷୀ । ଏବେ ବେଙ୍ଗାଳୁରୁରୁ ଆମଦାନୀ ହେଉଛି ଟମାଟୋ, ଯାହାକୁ ଖୁଚୁରା ବଜାରରୁ ୬୦ରୁ ୭୦ ଟଙ୍କାରେ କିଣୁଛନ୍ତି ଖାଉଟି ।

ଏପଟେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅତି ଖାମଖିଆଲି ଭାବେ ମନ୍ତବ୍ୟ ଦେଇଛନ୍ତି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । କହିଛନ୍ତି ବିଲାତି ଜିନିଷ ଖାଉଛ କାହିଁକି । ବାଇଗଣ ଥାଇକି ବିଲାତି ବାଇଗଣ ପ୍ରତି ଏତେ ପ୍ରୀତି କଣ ପାଇଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ କୃଷିମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସବୁଠାରୁ ବେଶି ଚର୍ଚ୍ଚାର କାରଣ ହୋଇଛି ।