ବାଲୁକାଶିଲ୍ପୀ ସୁଦର୍ଶନ ଗଢିଲେ ୩୦ଫୁଟ ଉଚ୍ଚର ଶ୍ରୀଜଗନ୍ନାଥ । ନୂଆ ବର୍ଷରେ ନିଜ ରେକର୍ଡ ଭାଙ୍ଗିଲେ ସୁଦର୍ଶନ ।

34

କନକ ବ୍ୟୁରୋ : ଆଜି ନବବର୍ଷ । ଏହାକୁ ନୂଆ ଢଙ୍ଗରେ ପାଳନ କରିବ ପାଇଁ ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ନୂଆବର୍ଷକୁ ସ୍ୱାଗତ କରିବା ଅବସରରେ ସମୁଦ୍ରକୂଳରେ ପ୍ରସିଦ୍ଧ ବାଲୁକାକଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୩୦ ଫୁଟ ଉଚ୍ଚ ଓ ୬୦ଫୁଟ ଚଉଡ଼ାର ବାଲୁକାକଳା ନିର୍ମାଣ କରିଛନ୍ତି। ବାଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିଛନ୍ତି। ୮ଶହ ଟନ ବାଲି ଏଥିରେ ବ୍ୟବହୃତ ହୋଇଛି। ୪୦ଜଣ ଛାତ୍ରଛାତ୍ରୀଙ୍କ ସହଯୋଗରେ ସେ ଏହାକୁ ତିଆରି କରିଛନ୍ତି। ଏହାକୁ ଦେଖିବା ପାଇଁ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିଛି ।

୨୦୧୩ ମସିହାରେ ସେ ୨୫ ଫୁଟ ଉଚ୍ଚର ବାଲିରେ ଜଗନ୍ନାଥ ତିଆରି କରିଥିଲେ। ଏଥର ୫ ଫୁଟ ଅଧିକା ଉଚ୍ଚର ନିର୍ମାଣ କରି ସେ ତାଙ୍କ ରେକର୍ଡ଼କୁ ଭାଙ୍ଗିଛନ୍ତି। ପରିବେଶ ଉପରେ ସେ ଆଉ ଏକ ବାଲୁକାକଳା ଗୋ ଗ୍ରୀନ-୨୦୧୮ ନିର୍ମାଣ କରିଥିଲେ। ପ୍ରତିବର୍ଷ ବଡ଼ଦିନ ଓ ନୂଆବର୍ଷ ଅବସରରେ ପାନ୍ଥନିବାସ ସାମ୍ନାରେ ସ୍ୟାଣ୍ଡଆର୍ଟ ଫେଷ୍ଟିଭାଲ ଆୟୋଜିତ ହୁଏ ବୋଲି ସୁଦର୍ଶନ କହିଛନ୍ତି।