ଆରମ୍ଭ ହେଲେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି

29

କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଛନ୍ତି ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି ।

ସେପଟେ ପ୍ରଶାସନ ବି ଶୃଙ୍ଖଳାର ସହିତ ରଥଯାତ୍ରାର ସମାପନ ପାଇଁ କସରତ ଚଳାଇଛି। ପୁଲିସ ଛାଉଣି ଭିତରେ ପୁରୀ ସହରକୁ ଘେରି ଦିଆଯାଇଛି । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସଅଳ ସରିଥିବାରୁ ଆସନ୍ତାକାଲି ଠିକଣା ସମୟରେ ରଥଯାତ୍ରା ନୀତି ସଂପନ୍ନ ହେବ ବୋଲି ଆଶା କରାଯାଉଛି ।

ବିଧି ବ୍ୟବସ୍ଥା ଅନୁସାରେ, ଆସନ୍ତାକାଲି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା ଆଜି କରାଯିବ । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ। ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଧାବିଗ୍ରହଙ୍କ ପହଣ୍ଡି ।