କନକ ବ୍ୟୁରୋ : ‘ରାଜନୀତି ନୁହେଁ ବିକାଶ କର’ । ନିଜର ବାଲୁକା କଳା ଦ୍ୱାରା ଏଭଳି ଏକ ବାର୍ତା ଦେଇ ନଗଡା ଶିଶୁଙ୍କ ପାଇଁ ସ୍ୱର ଉଠାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅନାହାର ଓ ଅପମୃତ୍ୟୁର ଶିକାର ହୋଇ ନଗଡା ରେ୧୯ ଜଣ ଶିଶୁ ପ୍ରାଣ ହରାଇଥିଲେ । ଏହା ସହ ଜୀବନ ସହ ସଂଗ୍ରାମ କରୁଛନ୍ତି ଆହୁରି ୨୦ ଜଣ । ତେବେ ନଗଡାର ଏହି ନଗ୍ନ ଚିତ୍ର ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ରାଜନୀତି । ଆଉ ଯାଜପୁର ଜିଲ୍ଲାର ଏହି ଅପହଂଚ ଗାଁରେ ରାଜନେତା ମାନଙ୍କର ପାଦ ପଡିଥିଲା । ତେବେ ଏହି ଘଟଣା ପରେ ପରସ୍ପର ଉପରକୁ କାଦୁଅ ଫିଙ୍ଗିବାକୁ ଯେମିତି ସୁଯୋଗ ମିଳିଯାଇଥିଲା ରାଜନେତା ମାନଙ୍କୁ ।