ଥ୍ୟାଙ୍କ୍ ୟୁ ଗୁରୁ : ଗୋପିଚାନ୍ଦଙ୍କୁ କୃତଜ୍ଞତା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

40

ପୁଣି ନିଜର ବାଲୁକା କଳା ଦ୍ୱାରା ଗର୍ବ ଓ ଗୌରବର ଗାଥା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ପି.ଭି ସିନ୍ଧୁଙ୍କୁ ଅଭିନନ୍ଦନ ଜଣାଇ ପୁରୀ ବେଳାଭୁମୀରେ ତିଆରି କରିଛନ୍ତି ଏକ ବାଲୁକା କଳା । ଏହା ସହ ତାଙ୍କ ଗୁରୁ ଗୋପିଚାନ୍ଦଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ସୁଦର୍ଶନ ।

ନିଜ ପ୍ରଥମ ଅଲିମ୍ପିକ୍ସରେ ଲଗାତାର ୫ଟି ମ୍ୟାଚ ଜିତିବା ପରେ ଫାଇନାଲରେ ହାରି ବି ଦେଶବାସୀଙ୍କ ହୃଦୟ ଜିତିଛନ୍ତି ସିନ୍ଧୁ । ରିଓରେ ରୌପ୍ୟ ପାଇବାରେ ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ପି.ଭି ସିନ୍ଧୁ।