ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହତ !

45

କନକ ବ୍ୟୁରୋ : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହତ । କୋଣାର୍କ ମହୋତ୍ସବ ଅବସରରେ ପୁରୀ ଚନ୍ଦ୍ରଭାଗାରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ସେଲଫି ନେବାକୁ ଚାହିଁଥିଲେ କିଛି ଯୁବକ । ପ୍ରବଳ ଭିଡ ଭିତରେ କେହି ଯୁବକ ସେଲଫି ନେବା ବାହାନାରେ ସୁଦର୍ଶନଙ୍କ ହାତକୁ ଭିଡି ଧରି ମୋଡି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି । ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେଠାରେ ତାଙ୍କ ହାତ ପଞ୍ଝାର ଏକ୍ସରେ କରିଛନ୍ତି ଡାକ୍ତର । ତେବେ ଯନ୍ତ୍ରଣାରେ ଚିକ୍ରାର କରୁଥିବାବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ମଧ୍ୟ କୌଣସି ସହାୟତା କରିନଥିବା ଅଭିଯୋଗ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।