ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଦେଶରେ ସମ୍ମାନିତ : ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ବାହାରିନରେ ଦିଆଗଲା ସମ୍ମାନ

40

କନକ ବ୍ୟୁରୋ : ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବିଦେଶରେ ସମ୍ମାନିତ କରାଯାଇଛି । ବାହାରିନରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନ ମିଳିଛି । ତାଙ୍କୁ ବାହାରିନ୍ ଶିକ୍ଷାମନ୍ତ୍ରୀ ମଜିଦ ବିନ୍ ଅଲ୍ଲୀ ଆଲ୍ ନୂଆଇମିନ୍ ସମ୍ମାନିତ କରିଛନ୍ତି ।

ଅନ୍ତର୍ଜାତିୟ ମହିଳା ଦିବସ ଅବସରରେ ବାହାରିନରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି । ପୂର୍ବରୁ ମଧ୍ୟ ନିଜର ଉତ୍କୃଷ୍ଟ ବାଲୁକା କାଳା ପାଇଁ ବିଦେଶରୁ ବହୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।