ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ : ଝୁରାବାଲିରେ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ ଓ କ୍ଲିନ ଇଣ୍ଡିଆର ବାର୍ତ୍ତା

30

କନକ ବ୍ୟୁରୋ : ମୋଦିଙ୍କ ମାଷ୍ଟରଷ୍ଟ୍ରୋକ ପରେ ଏବେ କଳାଧନ ମହଜୁଦକାରୀଙ୍କ ମଧ୍ୟରେ ଛନକା ପଶିଛି । ମୋଦିଙ୍କ ଏହି ଅଭିନବ ପଦକ୍ଷେପକୁ ବହୁ ଲୋକ ସ୍ୱାଗତ କରିଛନ୍ତି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ।

୫ ଟନ ବାଲିରେ ନିର୍ମାଣ ହୋଇଥିବା ବାଲୁକା କଳାରେ ଗୋଟେ ପଟେ ନୂଆ ନୋଟକୁ ସ୍ୱାଗତ କରାଯାଇଥିବା ବେଳେ ସେଥିରେ ସ୍ୱଚ୍ଚ ଭାରତର ଛବି ଥିବାରୁ କ୍ଲିନ ଇଣ୍ଡିଆର ବାର୍ତ୍ତା ଦିଆଯାଇଛି । ଏବଂ ଅନ୍ୟପଟେ ମୋଦିଙ୍କ ପୁରୁଣା ନୋଟ ବ୍ୟାନ ନିଷ୍ପତିକୁ ମଧ୍ୟ ଏହି କଳା ମାଧ୍ୟମରେ ଦର୍ଶାଯାଇଛି । ଏହି ବାଲୁକା କଳା ଦେଖିବା ପାଇଁ ବେଳାଭୁମିରେ ପର୍ଯ୍ୟଟକଙ୍କ ଭିଡ ଜମିଛି ।