ସୁଦର୍ଶନଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାରଙ୍କ ଶୁଭେଚ୍ଛା

55

କନକ ବ୍ୟୁରୋ: ବାଲୁକା କଳାରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ଆଣିଥିବା ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକାକଳାରେ ସେ ଆରମ୍ଭ କରିଥିବା ଏଭଳି ନିଆରା ଅଭିଯାନ ବାସ୍ତବରେ ପ୍ରଣୀଧାନଯୋଗ୍ୟ ବୋଲି ଅକ୍ଷୟ କୁମାର ଟୁଇଟ୍ ଜରିଆରେ ସୁଦର୍ଶନଙ୍କୁ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପୁରୀ ସମୁଦ୍ରକୂଳରେ ପ୍ରଦର୍ଶିତ ବାଲୁକାକଳା ମାଧ୍ୟମରେ ଶ୍ରୀ ପଟ୍ଟନାୟକ ପାଇଖାନା ବ୍ୟବହାର କରିବା ପାଇଁ ସଚେତନ କରାଇବା ସହ ବାହାରେ ମଳତ୍ୟାଗ ନ କରିବା ପାଇଁ ମଧ୍ୟ ଚେତାଇ ଦେଇଥିଲେ । ଏଥିପାଇଁ ଅକ୍ଷୟ କୁମାରଙ୍କ ସମେତ ଆକାଶ ଦାସନାୟକ ଓ ପରମ ଆୟାରଙ୍କ ପରି ଶତାଧିକ ଚର୍ଚ୍ଚିତ ଚେହେରା ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି ।

ସେହିଭଳି ସିଙ୍ଗାପୁରରେ ହେବାକୁ ଥିବା ବିଶ୍ୱ ବାଲୁକାକଳା ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ପଦ୍ମଶ୍ରୀ ସୁଦର୍ଶନଙ୍କ ପାଖକୁ ସମଗ୍ର ବିଶ୍ୱରୁ ମଧ୍ୟ ଅଭିନନ୍ଦର ସୁଅ ଛୁଟିଛି । ଟୁଇଟ୍ କରି ପ୍ରସିଦ୍ଧ ବ୍ୟକ୍ତିତ୍ଵମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।