କ୍ୟାପିଟାଲ ହସ୍ପିଟାଲର ବିରଳ ରେକର୍ଡ ! ମାତ୍ର ୫ମିନିଟରେ ସଫଳ ଅସ୍ତ୍ରୋପଚାର, ଶହେରୁ ଅଧିକ ବୟସ୍କ ବୃଦ୍ଧ ପାଇଲେ ଦୃଷ୍ଟିଶକ୍ତି ।

55

ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସ୍ପିଟାଲ ବିରଳ ରେକର୍ଡ କରିଛି । ଶହେ ବର୍ଷରୁ ଅଧିକ ବୟସ୍କ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତା ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ପୁରୀଜିଲ୍ଲା ସତ୍ୟବାଦୀ ଅନ୍ତର୍ଗତ ଡୁଗଲ ଗ୍ରାମର ଜୟକୃଷ୍ଣ ମିଶ୍ରଙ୍କ କ୍ୟପିଟାଲ ହସ୍ପିଟାଲରେ ଚକ୍ଷୁ ଅସ୍ତ୍ରୋପଚାର କରାଯାଇଛି । ଏହି ସଫଳ ଅସ୍ତ୍ରୋପଚାର ଚକ୍ଷୁ ବିଶେଷଜ୍ଞ ଡକ୍ଟର ଅଶ୍ମିନୀ ମେହେର୍ଦ୍ଦା ତାଙ୍କ ଟିମ ସହାୟତରେ ସଫଳ କରାଇଛନ୍ତି ।

ସୁଚନା ମୁତାବକ ବୃଦ୍ଧ ଜୟକୃଷ୍ଣଙ୍କ ଦୁଇଟି ଆଖିରେ ମୋତିଆବିନ୍ଦୁ ହେବାଦ୍ୱାରା ତାଙ୍କୁ ଭଲଭାବେ ଦେଖାଯାଉନଥିଲା । ଏପରିକି ଗତବର୍ଷ କ୍ୟାପିଟାଲ ହସ୍ପିଟାଲକୁ ଆସି ଚକ୍ଷୁ ବିଭାଗରେ ଦେଖାଇଥିଲେ । କିନ୍ତୁ ତାଙ୍କ ପିଠିରେ ସମସ୍ୟା ଏବଂ ଅତ୍ୟଧିକ ବୟସ ଯୋଗୁଁ ଡାକ୍ତରଖାନା ତରଫରୁ ଅପରେସନ ନ କରି ଫେରାଇ ଦିଆଯାଇଥିଲା । ଶେଷରେ ଆଖିକୁ ଆଦୌ ଦେଖା ନଯିବା ଫଳରେ ଜୟକୃଷ୍ଣଙ୍କ ପୁଅ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ।

ବୟସାଧିକ କାରଣରୁ ଭଲଭାବେ ଶୁଣିପାରୁ ନାହାଁନ୍ତି ଜୟକୃଷ୍ଣ । ଏହାସହ ଚକ୍ଷୁ ଅପରେସନ ପାଇଁ ସିଧାହୋଇ ଶୋଇବା ମଧ୍ୟ ଆଶ୍ୟକଥିବାବେଳେ ଏହି ଅପରେସନ ଡାକ୍ତରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜଥିଲା । ଏଭଳି ସମସ୍ୟା ଥାଇ ମଧ୍ୟ ଚକ୍ଷୁ ବିଶେଷଜ୍ଞ ଡକ୍ଟର ଅଶ୍ୱିନୀ ମେହେର୍ଦ୍ଦା ଏବଂ ତାଙ୍କ ଟିମ ଅପରେସନ କରିବାକୁ ପଛଘୁଞ୍ଚା ଦେଇନଥିଲେ । ସବୁଠାରୁ ବଡକଥା ହେଲା ଯେ ଏହି ଅପରେସନକୁ ମାତ୍ର ୫ ମିନିଟ ସମୟରେ ଶେଷ କରି ବିରଳ ରେକର୍ଡ କରିଛନ୍ତି । ପ୍ରଥମେ ତାଙ୍କ ଡାହାଣ ଆଖିରେ ଅପରେସନ କରାଯାଇଛି , ଯାହାଦ୍ୱାରା ସେ ଏବେ ଭଲଭାବେ ଦେଖିପାରୁଛନ୍ତି । ଆଉ ୧୫ ଦିନପରେ ଜୟକୃଷ୍ଣଙ୍କ ବାମ ଆଖି ଅପରେସନ କରାଯିବ ବୋଲି ଡକ୍ଟର କହିଛନ୍ତି । ତେବେ ଭୋଟର ପରିଚୟ ପତ୍ରରେ ଜୟକୃଷ୍ଣଙ୍କୁ ଶହେବର୍ଷରୁ ଉଦ୍ଧ୍ୱର୍ ବୋଲି ଜଣାପଡିଛି । ଏଭଳି ଅପରେସନ କ୍ୟାପିଟାଲ ହସ୍ପିଟାଲ ପାଇଁ ଏକ ମାଇଲ ଖୁଣ୍ଟ ହୋଇଛି ।