ଭୁବନେଶ୍ୱର ୮ନମ୍ବର ଅଂଚଳରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ! ମୁଖ୍ୟ ଅଭିଯୁକ୍ତ ଗିରଫ

25

କନକ ବ୍ୟୁରୋ : ଭୁବନେଶ୍ୱର ୮ନମ୍ବର ଅଂଚଳରେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଉଛି ରବୀନ୍ଦ୍ରନାଥ ପାଣିଗ୍ରାହୀ । ରବୀନ୍ଦ୍ରକୁ ଭରତପୁର ଅଂଚଳରୁ ଗିରଫ କରିଛି ପୁଲିସ ।

ତେବେ ଛାତ୍ରୀ ଜଣକୁ ଏହି ଯୁବକ ବାରମ୍ବାର ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଓ ଏପରିକି ଛାତ୍ରୀଙ୍କ ଘର ଭଙ୍ଗାରୁଜା କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି ପଦକ୍ଷପ ନେଇ ନଥିଲା । ଫଳରେ ଏନେଇ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।