ଗଞ୍ଜାମ ଜିଲ୍ଲା ମହୋବରପୁର ଗ୍ରାମରେ ଦୁଃଖଦ ଘଟଣା ! ୩୦ ଟଙ୍କା ଚୋରିର ଅପମାନ ସହିନପାରି ଆତ୍ମହତ୍ୟା କଲେ ଛାତ୍ର

31

କନକ ବ୍ୟୁରୋ : ୩୦ ଟଙ୍କା ଚୋରିର ଅପମାନ ସହିନପାରି ଆତ୍ମହତ୍ୟା କଲେ ଛାତ୍ର । ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅର୍ନ୍ତଗତ ମହୋବରପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ଟଙ୍କା ଚୋରୀ ଅଭିଯୋଗ ଆସିବା ପରେ ଅପମାନ ସହି ନପାରି ବାଳକ ଜଣକ ବିଷପିଇ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ଦୁଇ ଦିନ ପୂର୍ବରୁ ମାଙ୍କ ନିର୍ଦ୍ଦେଶ କ୍ରମେ ବଜାରକୁ ଛାତ୍ର ଜଣକ ଯାଇଥିଲେ । କିନ୍ତୁ ସେଠାରେ ସେ ୩୦ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଲୋକମାନେ ଛାତ୍ରକୁ ସ୍କୁଲଯିବା ସମୟରେ ଗାଁ ଦାଣ୍ଡରେ ମାଡ଼ ମାରିଥିଲେ ଓ ମାକୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଏହାପରେ ବାଳକ ଏହି ଅପମାନ ସହି ନପାରି ସେ କୀଟନାଶକ ଖାଇଦେଇଥିଲେ । ଏହାପରେ ଗୁରତର ହେବାପରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ ହୋଇଥିଲା ।