ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ! ହଂସପାଳ ବ୍ରିଜ୍ କୂଆଖାଇ ନଦୀକୁ ଡେଇଁଥିବା ମହିଳା, ଟଙ୍କପାଣି ନିକଟସ୍ଥ ନଦୀରୁ ଉଦ୍ଧାର ।

34

କନକ ବ୍ୟୁରୋ: ବଞ୍ଚିଗଲେ କୂଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା । ଗତ କିଛି ସମୟ ତଳେ ହଂସପାଳ ସ୍ଥିତ ଓଭରବ୍ରିଜ କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା। ସୂଚନା ମୁତାବକ ଅପରାହ୍ନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଜଣେ ୫୫ ବର୍ଷୀୟ ମହିଳା ନଦୀକୁ ଡ଼େଇଁପଡିଥିଲେ । ଉକ୍ତ ମହିଳା ଙ୍କ ନାଁ ସୁମିତ୍ରା ଦାସ ଓ ସେ ନୟାପଲ୍ଲୀ ବେହେରା ସାହି ର ବୋଲି ସୂଚନା ମିଳିଥିଲା। ଖବର ମିଳିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ଉଦ୍ଧାର କାର୍ୟ୍ୟ ଚଳାଇଥିଲେ । ହେଲେ କିଛି ଘଣ୍ଟା ମଧ୍ୟରେ ନଦୀ ଶୁଅରେ ଭାସିଯାଇ ଟଙ୍କପାଣି ରୋଡ ନିକଟସ୍ଥ ନଦୀରୁ ମହିଳାଙ୍କୁ ଉଦ୍ଧାର କରାଯାଇଛି । ତେବେ ମହିଳାଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିବାର କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଁଚି ପ୍ରତ୍ୟେକ୍ଷଦର୍ଶୀଙ୍କ ସହ ପୁଙ୍ଖାନପୁଙ୍ଖ ପଚରାଉଚୁରା କରିଛନ୍ତି ।

ସୁଚନା ମୁତାବକ ଏକ ଗାଡ଼ି ରେ ଆସି ହଂସପାଳ ଓଭରବ୍ରିଜ ରୁ ଡ଼େଇଁପଡିଥିଲେ ଉକ୍ତ ମହିଳା । ସେଇ ରାସ୍ତାରେ ଯାଉଥିବା କିଛି ଲୋକ ଦେଖିବାପରେ ସଂଗେ ସଂଗେ ପୋଲିସକୁ ଜଣାଇଥିଲେ । ତେବେ ସେ କେଉଁ କାରଣ ରୁ ଏପରି କରିଛନ୍ତି ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ମହିଳାଙ୍କ ସହ ଜଣେ ପୁରୁଷ ଏକ ବାଇକ ରେ ଥିବା ସୂଚନା ମିଳିଛି ।