ଦକ୍ଷିଣ ଭାରତୀୟ ସୁପରଷ୍ଟାର ଧନୁଷଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଲେ ଗାୟିକା !

50

ଲୋକପ୍ରିୟ ଗାୟିକା ସୁଚିତ୍ରା କାର୍ତ୍ତିକ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଧନୁଷଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସୁଚିତ୍ରା କହିଛନ୍ତି ଧନୁଷ ତାଙ୍କୁ ଡ୍ରଗ୍ସ ଦେବା ସହ ଯୌନଶୋଷଣ ମଧ୍ୟ କରିଛନ୍ତି । ଆଗରୁ ନିଜର ଟ୍ୱିଟର ଆକାଉଣ୍ଟରେ ଧନୁଷ, ଅନିରୁଦ୍ଧ ଓ ଦକ୍ଷିଣ ଭାରତୀୟ ସିନେ ଦୁନିଆର ଅନେକ ବଡ କଳାକାରଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ଥିଲେ ଏହି ଲୋକପ୍ରିୟ ଗାୟିକା । ଏମିତି ଏକ ଖବର ପ୍ରକାଶ ପାଇଛି ଅମର ଉଜାଲାରେ ।

ଏକ ୱେବସାଇଟ ଅନୁସାରେ ଆପତ୍ତିଜନକ ଫଟୋ ପୋଷ୍ଟ କରିବାକୁ ନେଇ ଧନୁଷ ଓ ଅନ୍ୟ କଳାକାରଙ୍କ ଫ୍ୟାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସୁଚିତ୍ରା । ଏନେଇ ସେ ଉତ୍ତରରେ ଟ୍ୱିଟ କରିଛନ୍ତି ଦେଖନ୍ତୁ ତୁମ ନାୟକ ମୋ ସହ କ’ଣ କରିଛନ୍ତି । ଏପରି ଟ୍ୱିଟ ସହ ସେ ତାଙ୍କର ଏକ ଫଟୋ ମଧ୍ୟ ଅପଲୋଡ କରିଥିଲେ,ଯେଉଁ ଫଟୋରେ ତାଙ୍କ ହାତରେ ଏକ କ୍ଷତ ଚିହ୍ନ ଦେଖା ଯାଉଛି । ପରେ କିନ୍ତୁ ଏହି ସବୁ ଟ୍ୱିଟ ଡିଲିଟ କରିଦିଆ ଯାଇଥିଲା ।

ବଲିଉଡ ଡଟକମ ଅନୁସାରେ ସୁଚିତ୍ରାଙ୍କ ସ୍ୱାମୀ ଏହି ମାମଲାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କହିଛନ୍ତି ସୁଚିତ୍ରାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ଏବଂ ଏନେଇ ସେ ଏବେ ଡିପ୍ରେସନରେ ଅଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ଅଛି ତାହା ଜଣାନାହିଁ କିନ୍ତୁ ଏପରି ଏକ ଚାଞ୍ଚଲ୍ୟକର ବୟାନ ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଖବର ଅନୁସାରେ ସୁଚିତ୍ରା ଏବେ ତାଙ୍କର ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ କରି ଦେଇଛନ୍ତି ।