ଚାଷୀଙ୍କ ପାଇଁ ସାଜିଛନ୍ତି ଉଦାହରଣ । ନିଜ ଉଦ୍ୟମରେ ବୈଜ୍ଞାନିକ ପଦ୍ଧତିରେ କ୍ୟାପ୍ସିକମ ଚାଷ କରି ପୁରସ୍କୃତ ହେଲେ କେନ୍ଦ୍ରାପଡାର ରେଣୁବାଳା

47

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ସାଜିଛନ୍ତି ଉଦାହରଣ । ନିଜ ଉଦ୍ୟମରେ ବୈଜ୍ଞାନିକ ପଦ୍ଧତିରେ କ୍ୟାପ୍ସିକମ ଚାଷ କରି ସଫଳ ଚାଷି ଭାବରେ ପୁରସ୍କୃତ ହୋଇଛନ୍ତି କେନ୍ଦ୍ରାପଡା ନାରଣପୁରର ରେଣୁବାଳା ମହାନ୍ତି । ବୈଜ୍ଞାନିକ ପଦ୍ଧତିରେ କ୍ୟାପ୍ସିକମ ଚାଷ କରି ମାସକୁ ପ୍ରାୟ ୪୦ହଜାର ଟଙ୍କା ରୋଜଗାର କରୁଛନ୍ତି । ଏବେ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ଚାଷ ପ୍ରତି ବିମୁଖ ହେଉଥିବା ଯୁବ ପୀଢୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟଛନ୍ତି ।

ରେଣୁବାଳା ମହାନ୍ତି । ଯୁବପୀଢୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାରଉତ୍ସ । କେନ୍ଦ୍ରାପଡା ମାର୍ଶାଘାଇର ରେଣୁବାଳା ୨ରୁ୩ ଏକର ଜମିରେ ବୈଜ୍ଞାନିକ ପଦ୍ଧତିରେ କ୍ୟାପ୍ସିକମ ଚାଷ କରି ମାସକୁ ରୋଜଗାର କରୁଛନ୍ତି ପ୍ରାୟ ୪୦ ହଜାର ଟଙ୍କା । ଜିଲ୍ଲା ଉଦ୍ୟାନ ବିଭାଗର ସହଯୋଗରେ ଉନ୍ନତ ମାନର ଜ୍ଞାନକୌଶଳ ଦ୍ୱାରା ସେଡ୍ ନେଟ୍ ହାଉସ ମଧ୍ୟରେ ପାଇପ ଯୋଗେ ପାଣି ଏବଂ ସାର ଦେଉଛନ୍ତି । ଫଳରେ କମ୍ ପରିଶ୍ରମରେ ଅଧିକ ଫସଲ କରିବାରେ ସଫଳ ହୋଇଛନ୍ତି । ଏଥିପାଇଁ ତାଙ୍କୁ ଜିଲ୍ଲା ସ୍ତରିୟ ପଲ୍ଲିଶ୍ରୀ ମେଳାରେ ସଫଳ ଚାଷୀ ଭାବେ ପୁରସ୍କୃତ କରାଯାଛି ।

ଜିଲ୍ଲାର ବିଭିନ୍ନ ଅଂଚଳର ଚାଷୀ ଏବେ ରେଣୁବାଳାଙ୍କ ପରି ଚାଷରେ କମ ଖର୍ଚ୍ଚ କରି ଅଧିକ ରୋଜଗାର କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ପ୍ରୋଟେକ୍ଟଟେଡ କଲଟିଭେସନ ପଦ୍ଧତିରେ ଚାଷ କରି ବେଶ ଲାଭବାନ ହୋଇଛନ୍ତି ରେଣୁବାଳା । ଏହାସହ ନ୍ୟାସନାଲ ହର୍ଟିିକଲଚର ମିଶନ୍ ପକ୍ଷରୁ ଡେରାଶ ଫାର୍ମରୁ ତାଙ୍କୁ ଉନ୍ନତ ମାନର ଚାରା ଯୋଗାଇ ଦିଆଯାଇଛି । ଆଗକୁ ଚାଷୀମାନେ ଏପରି ଚାଷ କଲେ ବିଭାଗ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି କୃଷି ବିଭାଗ ସହକାରୀ ନିର୍ଦ୍ଦେଶକ କହିଛନ୍ତି ।