ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ କିନ୍ତୁ କୃଷି ବୈଜ୍ଞାନିକଙ୍କ ଠାରୁ କମ୍ ନୁହେଁ ଜ୍ଞାନ ! କୃଷକଙ୍କ ପାଇଁ ରୋଲ ମଡ଼େଲ ସାଜିଛନ୍ତି ଲକ୍ଷ୍ନୌର ଗୁଲାମ ଅହମ୍ମଦ୍

96

କୃଷକମାନେ ଦେଶର ମେରୁଦଣ୍ଡ ସଦୃଶ । କଠିନ ପରିଶ୍ରମ କରି କୃଷକମାନେ ଦେଶକୁ ଖ୍ୟାଦ୍ୟ ଯୋଗାଉଛନ୍ତି । କିନ୍ତୁ ସେମାନଙ୍କ ପେଟ ଅପୋଷା ରହୁଛି । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ ମିଳୁଛି । ତେବେ ପାରମ୍ପରିକ ଚାଷ କରିବା ସହ ଅନ୍ୟ ଚାଷ ଉପରେ ଧ୍ୟାନ ଦେଲେ ଅଧିକ ଲାଭ ପାଇପାରିନ୍ଦେ କୃଷକ । ଏପରି କିଛି କରିଛନ୍ତି ଲକ୍ଷନୌର ଜଣେ କୃଷକ । ପାରମ୍ପରିକ କୃଷି ଛାଡ଼ି ପରିପରିବା ଓ ଫଳଚାଷ କରି ଆଜି ସେ ବେଶ କିଛି ଟଙ୍କା ରୋଜଗାର କରିବା ସହ ଜଣେ ସଫଳ ଚାଷୀ ହୋଇପାରିଛନ୍ତି ।

କୃଷକ ଗୁଲାମ ଅହମ୍ମଦ୍ ମାତ୍ର ଅଷ୍ଟମ ଯାଏଁ ପାଠ ପଢ଼ିଛନ୍ତି । କିନ୍ତୁ କୌଣସି କୃଷି ବୈଜ୍ଞାନିକ ଠାରୁ ତାଙ୍କର ଜ୍ଞାନ କମ୍ ନାହିଁ । ଚାଷ ଜମିରେ ବିଭିନ୍ନ ପ୍ରକାର ପ୍ରୟୋଗ କରି ଗୁଲାମ ଅହମ୍ମଦ ଆଜି ନିଜେ ନିଜ ଗୋଡ଼ରେ ଛିଡ଼ା ହୋଇପାରିଛନ୍ତି । ଗୁଲାମ ୩୦ ବର୍ଷ ପୂର୍ବରୁ ୫ ଏକର ଜମିରେ ଚାଷ ଆରମ୍ଭ କରିଥିଲେ । ଆଜି ଏହା ୨୦ ଏକରରେ ପହଞ୍ଚି ସାରିଛି । ତାଙ୍କ ଜମିରେ ହେଉଥିବା କଦଳୀ, ଟମାଟୋ, ଖରଭୁଜ, ତରଭୁଜର ଚାହିଦା ଆଜିି ହାଇଦ୍ରାବଦ ଓ ପଶ୍ଚିବଙ୍ଗ ଠାରୁ ଆରମ୍ଭ କରି କାଠମାଣ୍ଡୁ ପର୍ଯ୍ୟନ୍ତ ରହିଛି ।

ଲକ୍ଷ୍ନୌ ବହରାଇଚ ଜିଲ୍ଲାର ଜରବଲ ଗାଁର ଗୁଲାମ ଅହମ୍ମଦ । ୩୦ ବର୍ଷ ପୂର୍ବରୁ ଧାନ ଓ ଗହମ ପରି ପାରମ୍ପରିକ ଚାଷର ଆରମ୍ଭ କରିଥିଲେ ଗୁଲାମ ଅହମ୍ମଦ । କିନ୍ତୁ ଏବେ ଆଧୁନିକ ଜ୍ଞାନକୌଶଳ ସାହଯ୍ୟରେ ସେ ପାରମ୍ପରିକ ଚାଷ ଛାଡ଼ିି ପନିପରିବା ଓ ଫଳମୂଳ ଚାଷ ଆରମ୍ଭ କରିଦେଇଛନ୍ତି । ଆଜିକା ସମୟରେ କେବଳ ବହରାଇଚରେ କୃଷକଙ୍କୁ ନୁହେଁ ଉତ୍ତରପ୍ରଦେଶରେ ଅନେକ ଜିଲ୍ଲାର କୃଷି ବୈଜ୍ଞାନିକମାନେ ମଧ୍ୟ ତାଙ୍କୁ ଜାଣନ୍ତି । ଲକ୍ଷ୍ନୌ ଜିଲ୍ଲାର ପାଖାପାଖି ୭୦ କିମି ଦୂରରେ ଅବସ୍ଥିିତ ବହରାଇଚ୍ ଜିଲ୍ଲାର ଜରବଲ ଅଂଚଳରେ ଡ୍ରିମ୍ପ ଜ୍ଞାନକୌଶଳ ସାହଯ୍ୟରେ ଅନେକ ପଳମୂଳ ଚାଷ କରି ସେ ଖୁବ୍ ଲାଭ କରୁଛନ୍ତି ।

ଆଧୁନିକ ଉପାୟରେ କରୁଥିବା ଚାଷକୁ ଦେଖି ଅନେକ ବେକାର ଚାଷ କରିବା ପାଇଁ ମନ ବଳାଇଲେଣି । କମ ଜମିରେ ଚାଷ କିର କିପରି ଅଧିକ ଲାଭ କରିହେବ, ସେହ ଉପାୟରେ ଚାଷ କରୁଛନ୍ତି ଗୁଲାମ ଅହମ୍ମଦ । ଚାଷ କରି ଆଜି ସେ ନିଜ ପରିବାର ପ୍ରତିପୋଷଣ କରିବା ସହ ତାଙ୍କ ପାଖରେ ସାଧାରଣ ମଣିଷର ଚାହିଦା ମେଂଟାଇବା ପାଇଁ ଯାହା ଦରକାର ସବୁ ରହିଛି । ସେ ତାଙ୍କ ପରିଶ୍ରମ ବଳରେ ତାଙ୍କ ମାଟି ଘରକୁ ପକ୍କାରେ ପରିଣତ କରିଛନ୍ତି । ଏହା ବ୍ୟତୀତ ତାଙ୍କ ଭାଇଙ୍କ ପରିବାରର ସବୁ ଖର୍ଚ୍ଚ ବହନ କରୁଛନ୍ତି । ଚାଷ ବ୍ୟତୀତ ଲାଭ ଟଙ୍କାରୁ ସେ ଏକ କୁକଡ଼ା ଫାର୍ମ ମଧ୍ୟ କରିଛନ୍ତି । ନୂଆ ଜ୍ଞାନକୌଶଳ ଆପଣାଇ କିପରି ଭଲ ଲାଭ କରାଯାଇପାରିବ ଗୁଲାମ ତାଙ୍କ ଅଂଚଳର କୃଷକଙ୍କୁ ଶିକ୍ଷା ମଧ୍ୟ ଦେଉଛନ୍ତି । ବହରାଇଚ ଜିଲ୍ଲାର କୃଷକଙ୍କ ପାଇଁ ସେ ଏବେ ରୋଲ ମଡ଼େଲ ହୋଇସାରିଛନ୍ତି । ଅଳ୍ପ ଟଙ୍କା ଖର୍ଚ୍ଚ କରି କିପରି ଭଲ ଫଲସ କରାଯିବ ସେଥିପାଇଁ ଉତ୍ତରପ୍ରଦେଶ ର ରାଜ୍ୟପାଳ ତାଙ୍କୁ ଆଦର୍ଶ କୃଷକ ସାମ୍ମାନରେ ସମ୍ମାନିତ ଦେଇଛନ୍ତି ।