ସମ୍ବଲପୁରରେ ସଫଳ ହେଲା କଳାଧାନ ଚାଷ ! ୩୦ କିଲୋ ବିହନରୁ ୧୫ ଟନ୍ ଧାନ ଅମଳ କଲେ ଯୁଯୁମରାର ଯୁବ ଚାଷୀ ଚେତନ

972

କନକ ବ୍ୟୁରୋ : ସମ୍ବଲପୁର ଯୁଯୁମୁରା ଅଂଚଳ ବିରସିଂହପଡାରେ ଚାଷ ହେଉଛି କଳା ଧନ । ଏହି ଧାନର ଧାନ ଗଛ ଠାରୁ ଚାଉଳ ଯାଏଁ ସବୁର ରଙ୍ଗ କଳା ହୋଇଥିବା ବେଳେ ଏଥିରେ ଭରି ରହିଛି ଔଷଧିୟ ଗୁଣ  । ଏହି କଳାଧାନ ଚାଉଳ କିଲୋ ପ୍ରତି ୨ଶହରୁ ୩ ଶହ ଟଙ୍କାରେ ବ୍ରିକ୍ରି ହେଉଥିବା ବେଳେ ଏହାର ବିହନର କେଜି ପ୍ରତି ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ବିରଳ କଳାଧାନ ଚାଷ କରି ସଫଳ ହୋଇଛନ୍ତି ସମ୍ବଲପୁର ଯୁବ ଚାଷୀ ଚେତନ । ଯୁଯୁମୁରା ବିରସିଂହଗଡ଼ ଫାର୍ମ ହାଉସରେ ୧୦ ଏକର ଜମିରେ ଚେତନ କଳାଧାନ ଚାଷ କରିଥିବା ବେଳେ ୧୫ କ୍ୱିଂଟାଲରୁ ଅଧିକ ଧାନ ଅମଳ କରିଛନ୍ତି । ଏକ ଏକର ଜମିରୁ ୧୫ କ୍ୱିଂଟାଲରୁ ଅଧିକ ଧାନ ଅମଳ ହୋଇଛି ।

୩୦ କିଲୋଗ୍ରାମ ଧାନ ବିହନରେ ଚାଷ ହୋଇଥିବା ବେଳେ ଏଥିପାଇଁ ମୋଟ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଚେତନ । ଆଉ ଏବେ କଳାଧାନ ଅମଳ ହେବା ସହ ବିକ୍ରି ପାଇଁ ପ୍ରସ୍ତୁତ ହେଉଛି । ୧୫ ଟନ୍ କଳା ଧାନକୁ  ୧୬ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି କରାଯିବ  ।

କଳା ଧାନ ଚାଷ ପ୍ରଣାଳୀ…

– ଏହି କଳା ଧାନ ଓଡିଶାର ବିହନ

– ଏହାକୁ କଳାବତୀ ଧାନ ବୋଲି କୁହାଯାଏ

– ଜୁନ୍ ମାସ ଆରମ୍ଭରୁ ଧାଡି ପ୍ରଣାଳିରେ ଚାଷ ଆରମ୍ଭ ହୋଇଥାଏ

– ୧୫୦ ଦିନରେ ଧାନ ଅମଳ ହୋଇଥାଏ

– ଗୋଟିଏ ଏକର ଜମି ପାଇଁ ୩ କେଜି ବିହନ ଦରକାର

– ଗୋଟିଏ ଧାନଗଛ ୬ ଫୁଟ ଉଚ୍ଚ ଯାଏଁ ବଢିଥାଏ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଧାନ ଚାଷରେ କୌଣସି କୀଟନାଶକ ବ୍ୟବହାର କରାଯାଉନଥିବା ବେଳେ କଳାବତୀ ଚାଉଳରେ ଭରି ରହିଛି ଔଷଧିୟ ଗୁଣ  ।

କାହିଁକି ସ୍ୱତନ୍ତ୍ର କଳାବତୀ ଧାନ?

୧. କଳାବତୀ ଚାଉଳରୁ ପ୍ରସ୍ତୁତ ଭାତ ରକ୍ତ ପରିଷ୍କାର କରିବା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ

୨. ଯଥେଷ୍ଟ ପରିମାଣର ଭିଟାମିନ୍ ‘ଇ’ ଥିବାରୁ ଏହା ତ୍ୱଚା ଓ ଚକ୍ଷୁ ସମ୍ପର୍କିତ ସମସ୍ୟା ଦୁର କରିବାରେ ସହାୟକ ହୋଇଥାଏ

୩. ଶରୀରରୁ ବିଷାକ୍ତ ଉପାଦାନକୁ ନଷ୍ଟ କରିବା ସହ ଲିଭର୍, କିଡନୀକୁ ସୁସ୍ଥ ରଖିଥାଏ କଳାଚାଉଳରୁ ପ୍ରସ୍ତୁତ ଭାତ

୪. ମେଦବହୁଳତା କମାଇବା, ଓଜନ ସନ୍ତୁଳନ ବଜାୟ ରଖିବା ଓ ହଜମ ଜନିତ ସମସ୍ୟା ଦୁର କରିବାରେ ଏହା ବେଶ ସହାୟକ ହୁଏ