ଆଜି ପବିତ୍ର ଗୁରୁଦିବସ ! ଆସନ୍ତୁ ଜାଣିବା ଜୀବନର ସଫଳତାର ମନ୍ତ୍ର, ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଏହି ବିଚାର ।

124

ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡଃ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମଦିନକୁ ପ୍ରତିବର୍ଷ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ତାଙ୍କୁ ଭାରତରତ୍ନ, ଅର୍ଡର ଅଫ ମେରିଟ୍, ନାଇଟ୍ ବ୍ୟାଚଲର୍ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ହିଁ ଦେଶର ଫିଲୋସଫିକୁ ଦୁନିଆର ମାନଚିତ୍ରରେ ସ୍ଥାନ ଦେଇଥିଲେ । ଆସନ୍ତୁ ଜାଣିବା ତାଙ୍କର ଅମୂଲ୍ୟ ବିଚାର ସମ୍ପର୍କରେ ଯାହା ଅନେକ ପ୍ରେରଣାଦାୟୀ ଅଟେ ।

ଶିକ୍ଷକ ସିଏ ନୁହେଁ, ଯିଏ ବିଦ୍ୟାକୁ ଜୋରଦବରଦସ୍ତ ପିଲାମାନଙ୍କ ମୁଣ୍ଡରେ ପୁରାଇଥାନ୍ତି, ପ୍ରକୃତ ଶିକ୍ଷକ ହେଉଛି ସିଏ, ଯିଏ ଆସନ୍ତାକାଲିର ବାଧାବିଘ୍ନ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରିଥାନ୍ତି । ଭାଗବାନଙ୍କ ପୂଜା ହୋଇନଥାଏ ବରଂ ସେହିମାନଙ୍କର ପୂଜା ହୁଏ ଯିଏ ତାଙ୍କ ନାମରେ କହିବାର ଦାବି କରିଥାନ୍ତି । କୌଣସି ସ୍ୱାଧୀନତା ସତ୍ୟ ନୁହେଁ, ଯେତେ ପର୍ଯ୍ୟନ୍ତ ଜଣଙ୍କୁ ବିଚାର କରିବାର ସ୍ୱାଧୀନତା ଦିଆନଯାଇଛି । ଶିକ୍ଷା ଦ୍ୱାରା ହିଁ ମନୁଷ୍ୟ ମସ୍ତିଷ୍କର ସଦୁପଯୋଗ କରାଯାଇପାରିବ । ଶିକ୍ଷାର ପରିଣାମ ଜଣେ ମୁକ୍ତ ରଚନାତ୍ମକ ବ୍ୟକ୍ତି ହେବା ଆବଶ୍ୟକ ଯିଏ ଐତିହାସିକ ପରିସ୍ଥିତି ଏବଂ ପ୍ରାକୃତିକ ଉପାଦାନ ବିରୋଧରେ ଲଢିପାରିବ ।

ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ବିଚାରରେ ଅନେକ ପ୍ରେରଣା ପାଇ ସଫଳତା ହାସଲ କରିଛନ୍ତି । ତାଙ୍କ ବିଚାର ଥିଲା, ବହି ପଢିବା ଦ୍ୱାରା ଆମକୁ ନିରୋଳାରେ ବିଚାର କରିବାର ଅଭ୍ୟାସ ଏବଂ ପ୍ରକୃତ ଖୁସି ମିଳିଥାଏ । ଶିକ୍ଷାର ଅର୍ଥ କେବଳ ସୂଚନା ଦେବା ହୋଇନଥାଏ । ତଥ୍ୟର ନିଜର ମହତ୍ୱ ଅଛି ସତ କିନ୍ତୁ ଲୋକତାନ୍ତ୍ରିକ ଭାବନାର ମଧ୍ୟ ମହତ୍ୱ ଅଛି । କାରଣ ଏହି ଭାବନା ସହ ଛାତ୍ର ଜଣେ ଉତ୍ତରଦାୟୀ ନାଗରିକ ହୋଇଥାଏ । ଯେତେବେଳ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷା ପ୍ରତି ନିଜକୁ ସମର୍ପିତ ଏବଂ ପ୍ରତିବଦ୍ଧ ନହୋଇଛନ୍ତି, ସେତେବେଳ ପର୍ଯ୍ୟନ୍ତ ଶିକ୍ଷାକୁ ମିଶନର ରୂପ ମିଳିପାରିବ ନାହିଁ ।