ଚାହା ବିକି ମାସକୁ ୬ ହଜାର ଟଙ୍କା ରୋଜଗାର କରନ୍ତି ବାପା ! ଝିଅକୁ ମିଳିଲା ୩.୮ କୋଟି ଟଙ୍କାର ସ୍କଲାରସିପ୍, ଉଚ୍ଚଶିକ୍ଷା ପାଇଁ ଯିବ ଆମେରିକା ।

54

ନିଜ ପିଲାମାନଙ୍କୁ ଭଲ ପାଠ ପଢାଇବା ପାଇଁ ବାପା ମା’ ମାନେ ଅନେକ ପରିଶ୍ରମ କରିଥାନ୍ତି । କିନ୍ତୁ ଏଭଳି କିଛି ପିଲା ଥାଆନ୍ତି ଯେଉଁମାନେ ତାଙ୍କ ଅଭିଭାବକଙ୍କର ପରିଶ୍ରମକୁ କାମରେ ଲଗାଇଥାନ୍ତି ଏବଂ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି । ସେହିଭଳି ଜଣେ ଝିଅ ହେଉଛନ୍ତି ସୁଦୀକ୍ଷା ଭାଟି । ସୁଦୀକ୍ଷାଙ୍କର ବାପା ଚାହା ବିକି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କର ମାସିକ ଆୟ ମାତ୍ର ୬,୦୦୦ ଟଙ୍କା । ପରିବାରରେ ଅନେକ ଦୁଃଖ କଷ୍ଟ ରହିଛି ସତ କିନ୍ତୁ ଏହାରି ମଧ୍ୟରେ ସୁଦୀକ୍ଷାଙ୍କ ସ୍ୱପ୍ନ ଏବଂ ପରିଶ୍ରମ ତାଙ୍କୁ ସଫଳତାର ଶୀର୍ଷକୁ ନେଇଯାଇଛି । ଏବେ ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ଯାଉଛନ୍ତି ଏବଂ ନିଜ ପରିବାର ମଧ୍ୟରେ ସେ ଏଭଳି ପ୍ରଥମ ସଫଳତା ପାଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କୁ ପଢିବା ପାଇଁ ୩.୮ କୋଟି ଟଙ୍କାର ସ୍କଲାରସିପ୍ ମିଳିଛି । ଯେଉଁଥିରେ ସେ ନିଜ ସ୍ୱପ୍ନ ପୂରଣ କରିପାରିବେ । ଏବଂ ପଢିବା ପାଇଁ ସେ ଆମେରିକା ଯିବେ । ସୁଦୀକ୍ଷା ସିବିଏସଇ ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ହାସଲ କରିବା ସହ ନିଜ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପାଠ ପଢିବା ସହ ସୁଦୀକ୍ଷା ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି । ଏବଂ ସେ ଏକ ମହିଳା ସଂଗଠନ ସହ ମଧ୍ୟ ଜଡିତ ଅଛନ୍ତି, ଯିଏ ମହିଳାମାନଙ୍କ ବିରୋଧରେ ବଢୁଥିବା ଅପରାଧକୁ ବିରୋଧ କରିବାର କାର୍ଯ୍ୟ କରିଥାନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଦୀକ୍ଷା କହିଛନ୍ତି ଯେ, ସେ ଅତ୍ୟନ୍ତ ଖୁସି ଅଛନ୍ତି ଯେ, ସେ ଆମେରିକାରେ ପାଠ ପଢିବେ ଏବଂ ନିଜ ସ୍ୱପ୍ନ ପୁରା କରିବେ ।