ଯୁକ୍ତ ୨ ପରୀକ୍ଷାରେ ଫେଲ୍ ହୋଇଥିଲେ ଏହି ବ୍ୟକ୍ତି ! ଏହା ପରେ ଆରମ୍ଭ କଲେ ଏହି ବ୍ୟବସାୟ, ମାତ୍ର ୨୪ ବର୍ଷ ବୟସରେ ହେଲେ କୋଟିପତି ।

94

ଏମିତି ଅନେକ ଲୋକ ଅଛନ୍ତି, ଯିଏ କମ ପାଠ ପଢି ମଧ୍ୟ ଅନେକ ସଫଳତା ହାସଲ କରିନେଇଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରିଷଭ ଲବାନିଆ । ମାତ୍ର ୨୪ ବର୍ଷ ବୟସରେ ସେ ନିଜର ଏକ ଅଲଗା ପରିଚୟ ସ୍ଥାପନ କରିସାରିଥିବା ବେଳେ ସଫଳତାର ଶୀର୍ଷରେ ପହଞ୍ଚିଯାଇଛନ୍ତି । ଏହି ଯୁବକଜଣକ ଅଳ୍ପ ବୟସରେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହ ଏବେ କୋଟିପତି ହୋଇଛନ୍ତି । ତେବେ ରିଷଭ ଏବେ ଦକ୍ଷିଣଆଫ୍ରିକାର କେପଟାଉନ ସହରରେ କାମ କରୁଛନ୍ତି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଷଭ ମାତ୍ର ୧୭ ବର୍ଷ ବୟସର ହୋଇଥିବା ବେଳେ ନିଜର ପ୍ରଥମ ଷ୍ଟାର୍ଟଅପ୍ ରେଡ୍ କାର୍ପେଟ୍ ଆରମ୍ଭ କରିଥିଲେ । ବ୍ୟବସାୟ ଏବଂ ଷ୍ଟାର୍ଟଅପ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ରିଷଭ ପାଠପଢାରେ ସେତେ ଭଲ କରୁନଥିଲେ । ଏପରିକି ଯୁକ୍ତ ୨ରେ ସେ ଫେଲ ମଧ୍ୟ ହୋଇଯାଇଥିଲେ । କିନ୍ତୁ ଏବେ ସେ ଉଇଟ୍ରାକର ମିଡିଆ କମ୍ପାନୀର ଫାଉଣ୍ଡର ଏବଂ ସିଇଓ ଅଛନ୍ତି ।

୨୦୧୩ ମସିହାରେ ଜଷ୍ଟ ଗେଟ୍ ଇଟ୍ ନାମକ ଏକ ଅନଲାଇନ ଭଡାର ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ । ଏହି ଷ୍ଟାର୍ଟଅପ୍ ଛଅରୁ ସାତ ମାସ ପର୍ଯ୍ୟନ୍ତ ଭଲ ଭାବରେ କାମ କରିଥିଲା ଏବଂ ତାଙ୍କୁ ୩୦ରୁ ଅଧିକ ବିକ୍ରେତା ଏବଂ ଦୋକାନୀମାନଙ୍କ ସହ ବ୍ୟାବସାୟ କରିବାକୁ ସୁଯୋଗ ମିଳିଥିଲା । କିନ୍ତୁ ଏହା ବହୁତ ଜଲଦି ବନ୍ଦ ହୋଇଯାଇଥିଲା । ୨୦୧୫ ମସିହାରେ ଯେତେବେଳେ ରିଷଭ ଆମେରିକାରେ ଥିଲେ ସେତେବେଳେ କେଶୁ ଦୁବେଙ୍କ ସହ ମିଶି ଜେଲର୮ ଲଞ୍ଚ କରିଥିଲେ । ଯାହାକୁ ତାଙ୍କର ସବୁଠାରୁ ସଫଳ ଉପକ୍ରମ ଥିଲା । ଏହାପରେ ସେ କ୍ରମାଗତ ଭାବେ କାମ କରିଥିଲେ ଏବଂ ସଫଳତା ପରେ ସଫଳତା ହାସଲ କରିଥିଲେ ।