ଆଇଏଏସଙ୍କ ଆଖିଦୃଶିଆ କାମ । ଦୁଇ ଅଧିକାରୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

52

ଆପଣ ଅନେକ ସଚ୍ଚୋଟ ଓ ଦୁର୍ନୀତିଗ୍ରସ୍ତ ଆଇଏଏସ ଅଫିସରଙ୍କ ବିଷୟରେ ଶୁଣିଥିବେ । କିନ୍ତୁ ଏଭଳି ଦୁଇ ଜଣ ଆଇଏଏସ ଅଫିସର ଅଛନ୍ତି ଯେଉଁମାନେ ଅନେକ ପ୍ରଶଂସନୀୟ କାମ କରିଛି । ସେମାନଙ୍କର ଏଭଳି କାମ ପାଇଁ ତାଙ୍କୁ ସମ୍ମାନିତ କରିବାକୁ ଚାହିଁଛନ୍ତି ଭାରତର ରାଷ୍ଟ୍ରପତି । ନିର୍ବାଚନ ସମୟରେ ସବୁଠୁ ଭଲ କାମ କରିଥିବା ସେହି ଭଦ୍ର, ସଚ୍ଚୋଟ ଆଇଏଏସ ଅଧିକାରୀମାନେ ହେଲେ ଭିପୁଲ ଉଜ୍ଜଲ ଓ ରବି ଭାଗତ ।

ଭିପୁଲ ଉଜ୍ଜଲ ‘ଆଇ ଭୋଟ’ ନାଁରେ ଗୋଟିଏ ଆପ ଖୋଲିଥିଲେ । ଯେଉଁଥିରେ ଭୋଟରମାନେ କେଉଁଠି ଭୋଟ ଦେବେ , ବୁଥ ନମ୍ବର, ବୁଥ ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରୁଥିଲା । ତାଛଡା ଏହି ଆପ ଭୋଟରଙ୍କ ଓ ନିର୍ବାଚନ ବିଷୟରେ ଟିକିନିଖି ଖବର ପ୍ରଦାନ କରୁଥିଲା ।

ଏହି ଆପକୁ ନିର୍ବାଚନ କମିଶନର ଅନୁମତି ଦେଇଥିଲେ । ପଂଜାବ ବିଧାନସଭାରେ ଏହି ଆପର ବ୍ୟବହାର କରାଯାଇଥିଲା । ୨୦୦୯ ବ୍ୟାଚର ପଂଜାବ କ୍ୟାଡରର ଆଇଏଏସ ଅଫିସର ଭିପୁଲ ବିକନରରେ ଜନ୍ମଗ୍ରହଣ କରିଥିଲେ । ତା ସହ ସେ ଏଭଳି ଏକ ଆପ୍ଲିକେଶନ କରିଥିଲେ ଯାହା ଦ୍ୱାରା ପଂଜାବରେ ଥିବା ସ୍ୱଚ୍ଛ ଶୌଚାଳୟ ବିଷୟରେ ସୂଚନା ଦେଉଥିଲା ।

ରବି ଭାଗତ ସହ ଭିପୁଲ ଉଜ୍ଜଲଙ୍କୁ ସମ୍ମାନିତ କରିବେ କମିଶନ । ରବିଙ୍କର ପାଠପଢା ଜଳନ୍ଧର ଓ ନୂଆଦିଲ୍ଲୀ ଶେଷ ହୋଇଥିଲା । ୨୦୦୬ ବ୍ୟାଚର ଆଇଏଏସ ଅଫିସର ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଇ-ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଦୁଇ ଅଧିକାରୀଙ୍କ ଭଲ କାମ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବେ ।