ଆଜି ସାରା ଦେଶରେ ପାଳନ ହେଉଛି ଗୁରୁଦିବସ । କୁହାଯାଏ କି , କୌଣସି ବ୍ୟକ୍ତିର ଜୀବନ ଗଢିବାରେ ଶିକ୍ଷକଙ୍କର ହିଁ ପ୍ରମୁଖ ଭୂମିକା ରହିଥାଏ । ଡଃ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ମାନୁଥିଲେ ଯେ, ଶିକ୍ଷକ ଯେତେବେଳ ଯାଏଁ ଶିକ୍ଷା ପ୍ରତି ସମର୍ପିତ ଏବଂ ପ୍ରତିବଦ୍ଧ ନହୋଇଛନ୍ତି, ସେତେବେଳ ଯାଏଁ ଶିକ୍ଷାକୁ ଏକ ମିଶନ ଭାବେ ମିଳିପାରିବ ନାହିଁ । ଦେଶରେ ଆଜିବି ଏମିତି ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ ଶିକ୍ଷା ପହଞ୍ଚାଇବା ପାଇଁ ସବୁ ବାଧାବିଘ୍ନକୁ ହରାଇ ଦେଇଛନ୍ତି । ଆଉ ଏହି ଶିକ୍ଷକମାନଙ୍କ ମଧ୍ୟରେ ଗୁରୁଗ୍ରାମର ଆଶିଷଙ୍କ ନାମ ମଧ୍ୟ ସାମିଲ ଅଛି । ଯିଏ ଗାଁର ପିଲାମାନଙ୍କୁ ପଢାଇବା ପାଇଁ ପ୍ରତି ସପ୍ତାହରେ ଗୁରଗାଓଁରୁ ଉତ୍ତରାଖଣ୍ଡ ଯାତ୍ରା କରିଥାନ୍ତି ।

ଆଶିଷ ଏକ ମଲ୍ଟି ନ୍ୟାସନାଲ୍ ଆଇଟି କମ୍ପାନୀରେ ଚାକିରି କରନ୍ତି । ପିଲାମାନଙ୍କୁ ପଢାଇବା ତାଙ୍କୁ ଭଲ ଲାଗିଥାଏ । ଆଉ ଏଥିପାଇଁ ସେ ପ୍ରତି ସପ୍ତାହରେ ନିଜ ଗାଁକୁ ଯାଇଥାନ୍ତି ଏବଂ ପିଲାମାନଙ୍କୁ ପାଠ ପଢାଇଥାନ୍ତି । ତେବେ ପ୍ରକୃତ ଘଟଣା ହେଉଛି ୧୮୮୨ରେ ତାଙ୍କ ଜେଜେବାପା ଏକ ସଂସ୍କୃତ ସ୍କୁଲ ଖୋଲିଥିଲେ । ସେତେବେଳେ ସ୍କୁଲରେ ଅନେକ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଆସୁଥିଲେ । କିନ୍ତୁ ୨୦୧୩ରେ ଆଶିଷ ଜାଣିବାକୁ ପାଇଥିଲେ ଯେ, ସେହି ସ୍କୁଲରେ କେବଳ ତିନି ଜଣ ଛାତ୍ର ଆଡମିଶନ କରିଛନ୍ତି । ଏବଂ ଏହା ତାଙ୍କୁ ଅନେକ ପ୍ରଭାବ ପକାଇଥିଲା । ଏବଂ ସେ ଜାଣିବାକୁ ପାଇଥିଲେ ଯେ, ଟଙ୍କା ଅଭାବରୁ ପିଲାମାନେ ପାଠ ପଢିବା ପାଇଁ ଆସିପାରୁନାହାନ୍ତି । ଏହି ସବୁ କଥା ଜାଣିବା ପରେ ଆଶିଷ ସେଠାରେ ନିଜ ପରିବାରବର୍ଗଙ୍କ ସାହାଯ୍ୟରେ ଏକ କମ୍ପ୍ୟୁଟର ସେଣ୍ଟର ଖୋଲିଥିଲେ । ଏବେ ସେଠାକୁ ଆଖପାଖ ଅଞ୍ଚଳର ପିଲାମାନେ କମ୍ପ୍ୟୁଟର ଶିଖିବା ପାଇଁ ଆସୁଛନ୍ତି ।

ତେବେ କମ୍ପ୍ୟୁର ସେଣ୍ଟର ଖୋଲିବା ତାଙ୍କ ପାଇଁ ଏତେ ସହଜ ନଥିଲା । କମ୍ପ୍ୟୁଟର ସେଣ୍ଟର ଖୋଲିବା ପାଇଁ ସେ ଟଙ୍କା ଏକାଠି କରିଥିଲେ ଏବଂ ଅନେକ ଚାକିରି ମଧ୍ୟ ବଦଳାଇଥିଲେ । ଏହା ପରେ ନିଜ ସ୍ତ୍ରୀ ଏବଂ ଭାଇଙ୍କ ସହାୟତାରେ ସେ କମ୍ପ୍ୟୁଟର ସେଣ୍ଟର ଖୋଲିଥିଲେ । ତେବେ ପ୍ରତି ସପ୍ତାହରେ ସେ ନିଜ ଗାଁକୁ ଯାଇଥାନ୍ତି । ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ସହ ସେଠାରେ ଥିବା ଏକ ପ୍ରାଇମେରି ସ୍କୁଲରେ ମଧ୍ୟ ପାଠ ପଢାଇଥାନ୍ତି । ତେବେ ତାଙ୍କ କହିବା ଅନୁଯାୟୀ, ସେ ଯେଉଁ ସ୍କୁଲକୁ ପଢାଇବା ପାଇଁ ଯାଆନ୍ତି, ସେହି ଆଖପାଖରେ ପାଖାପାଖି ୮୦ କିଲୋମିଟର ମଧ୍ୟରେ କୌଣସି ସ୍କୁଲ ନାହିଁ । ଆଉ ଏଥିପାଇଁ ପାଖାପାଖି ୨୩ଟି ଗାଁର ୩୬ଜଣ ପିଲା ତାଙ୍କ ସ୍କୁଲରେ ପାଠ ପଢିଥାନ୍ତି । ସ୍କୁଲ ଯିବା ପାଇଁ ପିଲାମାନେ ପ୍ରତିଦିନ ୪ ରୁ ୫ କିଲୋମିଟର ବାଟ ଯାତ୍ରା କରିଥାନ୍ତି । ଏବଂ ଆଶିଷ ମଧ୍ୟ ୩୭୦ କିଲୋମିଟର ରାସ୍ତା ଦେଇ ପ୍ରତି ସପ୍ତାହରେ ପିଲାମାନଙ୍କୁ ପଢାଇବା ପାଇଁ ଆସିଥାନ୍ତି । ଆଉ ଏଥିପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଥାଏ ।