ବଢିଲା ସବସିଡି ଗ୍ୟାସ ସିଲିଣ୍ଡର ଦର ! ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା ଆପଣଙ୍କ ଗ୍ୟାସ ।

39

ଦରବୃଦ୍ଧିର ଶିକାର ହୋଇଥିବା ସାଧାରଣ ଜନତାଙ୍କ ଉପରେ ଏବେ ଆଉ ଏକ ବୋଝ ପଡିଛି । ତେଲକମ୍ପାନୀ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦରରେ ବୃଦ୍ଧି କରିଛନ୍ତି । ସବସିଡି ଅନ୍ତର୍ଗତ ଗ୍ୟାସ ସିଲିଣ୍ଡର ମଙ୍ଗଳବାର ଠାରୁ ୧.୭୬ ଟଙ୍କା ମହଙ୍ଗା ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନର ବୟାନ ଅନୁଯାୟୀ, ଟ୍ୟାକ୍ସର ପ୍ରଭାବ କାରଣରୁ ଏହି ଦରବୃଦ୍ଧି ହୋଇଛି । ଏହି ପରିବର୍ତ୍ତନ ପରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୪୯୬.୨୬ ଟଙ୍କା ବଦଳରେ ୪୯୮.୦୨ ଟଙ୍କାରେ ମିଳିବ ।

ସମସ୍ତ ଏଲପିଜି ଗ୍ରାହକଙ୍କୁ ସିଲିଣ୍ଡର ବଜାର ମୂଲ୍ୟରେ କିଣିବାକୁ ପଡେ । ବଜାର ମୂଲ୍ୟ ଅନୁସାରେ ସବସିଡି ରାଶିରେ ପ୍ରତି ମାସ ପରିବର୍ତ୍ତନ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ଦର ଏବଂ ବିଦେଶୀ ମୁଦ୍ରା ବିନିମୟ ଆଧାରରେ ସବସିଡି ରାଶିରେ ପରିବର୍ତ୍ତନ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ଦର ବଢିଲେ ସରକାର ଅଧିକ ସବସିଡି ଦେଇଥାନ୍ତି ।