ଓଡିଶାରେ ସାହାରା ମୁଖ୍ୟ ସୁବ୍ରତ ରୟ

20

କଟକ ବ୍ୟୁରୋ, କନକ ନ୍ୟୁଜ୍: ଓଡିଶାରେ ସାହାର ମୁଖ୍ୟ ସୁବ୍ରତ ରୟ । ନିକଟରେ ପାରୋଲରୁ ଆସିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ଶନିବାର ରାତିରେ ଭୁବନେଶ୍ୱରରେ ପହଚିଂଛନ୍ତି । ଆଜି କଟକ ଇନଡୋର ଷ୍ଟାଡିୟମରେ ଆୟାଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଜେଂଟ ଓ କର୍ମଚାରୀଙ୍କୁ ଉଦବୋଧନ ଦେବେ ସୁବ୍ରତ ରୟ । ସେ ତାଙ୍କର ଜେଲ ବେଳର  ଅନୁଭୂତି ବର୍ଣ୍ଣନା କରିବେ । କମ୍ପାନୀର ବ୍ୟବସାୟ ସଂପ୍ରସାରଣ ନେଇ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବେ । କଟକ ବୈଠକ ପରେ ଶ୍ରୀ ରୟ ଛତିଶଗଡ ରାୟପୁର ଗସ୍ତରେ ଯିବେ । ସୂଚନା ଅନୁସାରେ କ୍ଷୁଦ୍ର ନିବେଶକଙ୍କ ନିକଟରୁ ବେଆଇନ ଭାବେ କୋଟି କୋଟି ଟଙ୍କା ସଂଗ୍ରହ କରିବା ଅଭିଯୋଗରେ ୨୦୧୪ ମାର୍ଚ୍ଚ ୪ ତାରିଖରୁ ଶ୍ରୀ ରୟ ତିହାର ଜେଲରେ ଥିଲେ । କିନ୍ତୁ ନିକଟରେ ତାଙ୍କ ମାଆଙ୍କ ଦେହାନ୍ତ ହେବାରୁ ସୁପ୍ରିମକୋର୍ଟ ତାଙ୍କୁ ୪ ସପ୍ତାହ ପାରୋଲରେ ଛାଡିଥିଲେ ।