ନ୍ୟାୟ ପାଇଁ କୁନି ଝିଅର ନିବେଦନ ! ଭିଟାମାଟି ଫେରାଇଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି

32

କନକ ବ୍ୟୁରୋ : ବାପା ମା’ଙ୍କ ପ୍ରତି ହୋଇଥିବା ନିର୍ଯାତନା ଉପରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଝିଅ । ପରିବାରକୁ କଙ୍ଗାରୁ କୋର୍ଟରେ ଦିଆଯାଇଥିବା ଦଣ୍ଡର ବିଚାର କରି ନିଜ ଘରକୁ ଫେରିବା ପାଇଁ ମୋଦିଙ୍କୁ ଚିଠିରେ ନିବେଦନ କରିଛି ୧୧ ବର୍ଷର କୁନି ଝିଅ ଶୁଭଶ୍ରୀ ।

୧୨ ଦିନ ଧରି ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି କଟକ ଜିଲ୍ଲା ନିଆଳୀ ପୋଖରୀ ଗାଁର ଉଗ୍ରସେନଙ୍କ ପରିବାର । ଜମିବାଡି ବିବାଦକୁ ନେଇ ଗାଁ କଙ୍ଗାରୁ କୋର୍ଟରେ ଦିଆଯାଇଥିବା ଦଣ୍ଡ ବିରୋଧରେ ପୀଡିତ ପରିବାର ନିଆଳୀ ଥାନାକୁ ଯାଇଥିଲେ ସୁଦ୍ଧା ଏତଲା ଗ୍ରହଣ କରିନଥିଲେ ଥାନା ଅଧିକାରୀ ।

ଶେଷରେ କଟକ ଜିଲ୍ଲା ଏସପି, ଡିଜି, ଏସଡିପିଓ ଅଡଶପୁରଙ୍କ ନିକଟରେ ଫେରାଦ ହୋଇଥିଲେ ଉଗ୍ରସେନ । ସେଠାରୁ ବି ମିଳିଲାନି ନ୍ୟାୟ । ଶେଷରେ ଭିଟା ମାଟିକୁ ଫେରିବାକୁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଉଗ୍ରସେନଙ୍କ ଝିଅ ଶୁଭଶ୍ରୀ । ନିଜ ବାପାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ନ୍ୟାୟ ପାଇଁଁ ଚିଠିରେ ନିବେଦନ କରିଛି ଶୁଭଶ୍ରୀ ।