ବିନା ଖର୍ଚ୍ଚରେ କରିହେବ ଚାଷ, ପ୍ରଶିକ୍ଷଣ ଦେଉଛନ୍ତି କୃଷକ ସୁଭାଷ ପାଲେକର ! କୃଷକଙ୍କ ପାଇଁ ସାଜିଛନ୍ତି ପ୍ରେରଣା

71

ଭାରତ ଏକ କୃଷିପ୍ରଧାନ ଦେଶ । ଆମ ଦେଶରେ ବିଭିନ୍ନ ପ୍ରକାର ଚାଷ କରାଯାଏ । ଚାଷ ଉପରେ ପ୍ରାୟ ୬୦ ରୁ ଅଧିକ ପ୍ରତିଶତ ଲୋକ ନିର୍ଭରଶୀଳ । ଧାନ ଚାଷ, ପରିବା ଚାଷ ଆଦି କରାଯାଏ । ଏତେ ଲୋକ ଚାଷ ଉପରେ ନିର୍ଭର କଲେ ସୁଦ୍ଧା ଉତ୍ପାଦନ କ୍ଷେତ୍ରରେ ଭାରତ ବହୁତ ପଛୁଆ । ଆଉ ଅମଳ ଭଲ ହେଉ ନଥିବାରୁ ଅନେକ ସମୟରେ ଚାଷୀମାନେ ଆତ୍ମହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସୁଛି । ତେବେ ଆପଣ ଜାଣନ୍ତି କି ବିନା ଖର୍ଚ୍ଚରେ ମଧ୍ୟ ଆପଣ ଚାଷ କରି ଭଲ ଉତ୍ପାଦନ କରିପାରିବେ । ଆଉ ଲାଭବାନ ହୋଇପାରିବେ । ଆପଣ ଚିନ୍ତା କରୁଥିବେ ବିନା ଟଙ୍କା ଖର୍ଚ୍ଚ କରି କିପରି ଚାଷ ସମ୍ଭବ । ତେବେ ଏହାକୁ ସତ କରି ଦେଖାଇଛନ୍ତି ସୁଭାଷ ପାଲେକର ।

ବିଦେଶର କୃଷି ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ଆମ ଦେଶରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ସୁଭାଷ । କିଛି ବର୍ଷ ପୂର୍ବରୁ ଲୋକେ ଚିନ୍ତା କରୁଥିଲେ, ବଜାରରୁ ବିନା କିଛି ସାମଗ୍ରୀ କିଣି କିମ୍ବା କିଛି ନିବେଶ ନକରି ଅଧିକ ଲାଭ ମିଳିବ ନାହିଁ । ତେବେ ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସୁଭାଷ ପାଲେକର । ମହାରାଷ୍ଟ୍ର ଅମରାବତୀ ଜିଲ୍ଲା ବାସିନ୍ଦା ହେଲେ ସୁଭାଷ ପାଲେକର । କିଛି ଟଙ୍କା ଖର୍ଚ୍ଚ ନକରି ବା ନିନା ଟଙ୍କାରେ ହେଉଥିବା କୃଷିର ଜନ୍ମଦାତା ସିଏ । କୃଷକଙ୍କୁ ପ୍ରଶିକ୍ଷଣ ଦେବା ତାଙ୍କର ଲକ୍ଷ୍ୟ । ସୁଭାଷ ପାଲେକାର କହିଛନ୍ତି, କୃଷିରେ ସ୍ନାତକ କରିିବାପରେ ସେ ନିଜ ଗାଁର ୧୯୭୩ ରୁ ୧୯୮୫ ପର୍ଯ୍ୟନ୍ତ ଚାଷ କରିଥିଲେ । କିନ୍ତୁ ଆଧୁନିକ ଓ ରାସାୟନିକ ସାରା ବିନା ଉତ୍ପାଦନ ବଢ଼ିପାରିଲା ନାହିଁ । ସୁଭାଷଙ୍କ ଅନୁସାରେ ଜମିରେ ପର୍ଯ୍ୟାପ୍ତ ପରିମାଣ ସାର ସଇ ଖତ ଆଦି ଦେବା ପରେ ମଧ୍ୟ ଉତ୍ପାଦନ ବଢ଼ୁନି ।

କୃଷିରେ ଉତ୍ପାଦନ ନବଢ଼ିବା ପରେ ସେ ତାଙ୍କର ଶିକ୍ଷକଙ୍କୁ ଏହାର କାରଣ ପଚାରିଲେ । ତଥାପି ତାଙ୍କୁ ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ । ସେ ଦିନେ ଚିନ୍ତା କରୁ କରୁ ଜଙ୍ଗଲ ଭିତରକୁ ପଶିଗଲେ । ଆଉ ଜଙ୍ଗଲକୁ ଦେଖି ତାଙ୍କ ମନରେ ଉଙ୍କିମାରିଲା ପ୍ରଶ୍ନ । ଜଙ୍ଗଲକୁ ଦେଖି ଚିନ୍ତା ସେ କଲେ ବିନା ସହାୟତାରେ ଜଙ୍ଗଲ କେତେ ସବୁଜ ଆଉ ସୁନ୍ଦର । ତାଙ୍କର ପୋଷଣ ପାଇଁ ରାସାୟନିକ ସାର ଦରକାର ପଡ଼ୁନାହିଁ । ସେହି ଆଧାରରେ ସସେ ବିନା ଟଙ୍କା ଖର୍ଚ୍ଚରେ କୃଷି କରିବା ପାଇଁ ମନସ୍ଥ କରିଥିଲେ । ୧୫ ବର୍ଷର ଅନୁସନ୍ଧାନ ପରେ ସେ ଏକ ପଦ୍ଧତି ବିକଶିତ କରିଥିଲେ । ଯାହାକୁ ଶୂନ୍ୟମୂଲ୍ୟରେ କୃଷି ବୋଲି ନାଁ ଦେଇଥିଲେ । ଏହି ପଦ୍ଧତିର ପ୍ରସାର ଆଉ ପ୍ରଚାର ପାଇଁ ସେ କୃଷକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସେ କହିଛନ୍ତି ଶୁନ୍ୟ ନିବେଶରେ ପ୍ରାକୃତିକ ଚାଷ ପାଇଁ ପ୍ରଶିକ୍ଷଣ ଦେବା ପାଇଁ ସେ ଦେଶ ତଥା ବିଦେଶ ଭ୍ରମଣ କରିଛନ୍ତି । ଆଜି ଏହି ଉପାୟ ଅପାଣାଇ ଲକ୍ଷ ଲକ୍ଷ ଲୋକେ ବିନା ଟଙ୍କାରେ ଅଧିକ ଆୟ କରିବାରେ ସଫଳ ହୋଇପାରୁଛନ୍ତି ।

ଦେଶର କୃଷିରେ ସୁଭାଷ ପାଲେକରଙ୍କ ଯୋଗଦାନ ନେଇ ତାଙ୍କୁ ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ୨୦୧୬ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ବିଭୂଷିତ କରିଥିଲେ ଭାରତ ସରକାର । ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ ସରକାର ତାଙ୍କୁ କୃଷି ପରାମର୍ଶଦାତା ନିଯୁକ୍ତ କରିଛନ୍ତି । ଏହା ସହ ବିନା ଟଙ୍କାରେ ପ୍ରାକୃତିକ କୃଷି ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ । ବର୍ତ୍ତମାନ କୃଷକଙ୍କ ସେବରେ ଜୀବନ ବ୍ୟତୀତ କରୁଛନ୍ତି ସୁଭାଷ । ସବୁଠାରୁ ବଡ଼କଥା ହେଲା ସେ କୃଷକଙ୍କୁ ବିନା ମୂଲ୍ୟରେ ତଥା ନିଶୁଳ୍କ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏହାବ୍ୟତୀତ ସେ ହିନ୍ଦି ,ଇଂରାଜୀ, ମରାଠୀ ସହିତ ଅନେକ ଭାଷାରେ ୧୫ରୁ ଅଧିକ ବହି ଲେଖିଛନ୍ତି ।