ଟିକେଟ କଟିବା ପରେ ମୁହଁ ଖୋଲିଲେ ସୁବାସ ଚୌହ୍ୱାନ । କହିଲେ, ପଶ୍ଚିମ ଓଡିଶାର ଓବିସି ସମାଜ ପାଇଁ ଅପମାନ

511

କନକ ବ୍ୟୁରୋ: ବିଜେପି ଟିକେଟ କଟିବା ପରେ ମୁହଁ ଖୋଲିଛନ୍ତି ସୁବାସ ଚୌହ୍ୱାନ । ସେ କହିଛନ୍ତି କି, ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି । ପରବର୍ତ୍ତୀ ସମୟରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢି ଓଡିଶାର ବିଜେପି ପ୍ରାର୍ଥୀମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦ ଭୋଟ ଦେଇ ଲୋକେ ମୋତେ ସମର୍ଥନ କଲେ ।

ଏପରିକି ନିର୍ବାଚନ ହାରିଲା ପରେ ମଧ୍ୟ ମୁଁ ଲଗାତର ୫ ବର୍ଷ କାଳ ପରିଶ୍ରମ କରି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥି ହେଲି । ବିଜେପିକୁ ସମର୍ଥନ କରିବା ପାଇଁ ବରଗଡବାସୀ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ଲୋକସଭା ଆସନ ଟିକେଟ କାଟିଦିଆଯାଇଥିବା କହିଛନ୍ତି ସୁବାସ ଚୌହ୍ୱାନ ।

ସେ ଆହୁରୀ ମଧ୍ୟ କହିଛନ୍ତି, ପଶ୍ଚିମ ଓଡିଶାର ଓବିସି ସମାଜ ପାଇଁ ଏହା ଅପମାନ । ଜନତାଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ହେବା ପରେ ମୋତେ ବିଜେପୁରରୁ ଲଢିବାକୁ କୁହାଯାଇଛି । କିନ୍ତୁ ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତଶାଳୀ, ଶକ୍ତିଶାଳୀ ଲୋକ ନିବ ର୍ାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲି ବୋଲି କହି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ ପ୍ରଧାନଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି ସୁବାସ ଚୌହ୍ୱାନ ।