କନକ ବ୍ୟୁରୋ : ଆରମ୍ଭ ହୋଇଛି ମା’ ସୁଭଦ୍ରାଙ୍କ ରଥଟଣା । ଦର୍ପଦଳନ ରଥରେ ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ ଲୋକେ ଟାଣି ନେଉଛନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ । ବଡଠାକୁର ବଳଭଦ୍ରଙ୍କ ରଥକୁ ଶ୍ରଦ୍ଧାଳୁ ଭିଡି ଭିଡି ନେଉଥିବା ବେଳେ ଏହି ରଥ ଏବେ ଶ୍ରୀନହର ପାଖେ ଅଟକି ଯାଇଛି ।