ବୋଷ୍ ବନିଥିଲେ ଭଣ୍ଡାରି ବାବା !

134

NetajiBoseନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ସବୁବେଳେ ରହିଆସିଛି ରହସ୍ୟ ଘେରରେ । ସେ କେବେ କେମିତି ଓ କେଉଁଠି ମୃତ୍ୟୁବରଣ କଲେ ଏ ବିଷୟରେ କୌଣସି ସଠିକ୍ ସୂଚନା ମିଳି ପାରିନାହିଁ । କେବେ ଶୁଣିବାକୁ ମିଳିଛି ଯେ ନେତାଜୀ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି ତ ପୁଣି କେବେ ଶୁଣିବାକୁ ମିଳିଛି ଯେ ବିମାନରେ ଯାଉଥିବା ସମୟରେ ଦୁର୍ଘଟଣା ଘଟି ନେତାଜୀ ଚାଲି ଯାଇଛନ୍ତି ଆର ପାରିକୁ । ହେଲେ ଏ ସବୁକୁ ସଠିକ୍ ତଥ୍ୟ ଭାବେ ଗ୍ରହଣ କରାଯାଇପାରୁନାହିଁ । କିଛି ଦିନ ତଳେ ଗୁମନାମୀ ବାବାଙ୍କ ବାକ୍ସରୁ ମିଳିଥିବା ସମସ୍ତ ଜିନିଷ ଓ ଦସ୍ତାବିଜ୍ ସଙ୍କେତ ଦେଇଥିଲା ନେତାଜୀ ଓ ଗୁମନାମୀ ବାବାଙ୍କ ମଧ୍ୟରେ କିଛି ନା କିଛି ସମ୍ପର୍କ ଥିବାର । ଏବେ ନେତାଜୀଙ୍କର ଆଉ କିଛି ଫାଇଲ ହୋଇଛି ସାର୍ବଜନୀନ । ଯେଉଁଥିରୁ ସଙ୍କେତ ମିଳୁଛି ୬୦ ଦଶକରେ ନେତାଜୀ ଭଣ୍ଡାରି ବାବା ନାମରେ ରହୁଥିଲେ ଉତର ବଙ୍ଗର ଶାଲୁମାରି ଆଶ୍ରମରେ ।

Netaji filesନେତାଜୀଙ୍କ ୧୧୯ତମ ଜନ୍ମ ଦିବସ ଜାନୁଆରୀ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ଟି ଗୁପ୍ତ ଦଲିଲକୁ ସାର୍ବଜନୀନ କରିଥିଲେ । ସେହିପରି ଗତବର୍ଷ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ସରକାର ନେତାଜୀଙ୍କ ସମ୍ପର୍କିତ ୬୪ଟି ଗୁପ୍ତ ଦଲିଲ ସାର୍ବଜନୀନ କରିଥିଲେ । ଅନୁରୂପ ଭାବେ କିଛି ଦିନ ତଳେ ଗୁମନାମୀ ବାବାଙ୍କ 362ବାକ୍ସରୁ ମିଳିଥିଲା ବିଦେଶରେ ନିର୍ମିତ ଟାଇପ୍ ରାଇଟର୍ ଓ ଦୂରବୀକ୍ଷଣ ଯନ୍ତ୍ର । ନେତାଜୀଙ୍କର କିଛି କଳାଧଳା ଫ୍ୟାମିଲି ଫଟୋଗ୍ରାଫ୍ । ଏସବୁ ବ୍ୟତୀତ ହାତରେ ପ୍ରସ୍ତୁତ ବାଂଲାଦେଶର ଏକ ମ୍ୟାପ୍, ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ କଲିକତାରୁ ଆସିଥିବା ଏକ ପୁରୁଣା ଟେଲିଗ୍ରାମ୍ ମଧ୍ୟ ମିଳିଥିଲା ବାକ୍ସରୁ । ଏହାକୁ ନେଇ ଅନେକ ଦାବି କରିଥିଲେ ଗୁମନାମୀ ବାବା ହିଁ ନେତାଜୀ ବୋଲି ।

bc7c336025d70b251a9b437bed256b41ତେବେ ସାର୍ବଜନୀନ ହୋଇଥିବା କିଛି ଫାଇଲରେ ନେତାଜୀଙ୍କୁ ଭଣ୍ଡାରି ବାବା ବୋଲି ଉଲ୍ଲେଖ କରାଯାଇଥିବା ବେଳେ ଆଉ କିଛି ଫାଇଲରେ ଏହାର କୌଣସି ଉଲ୍ଲେଖ ନାହିଁ । ତେବେ ଏହି ଅନୁମାନର ଆଧାର ହେଉଛି ଶାଲୁମାରୀ ଆଶ୍ରମର ତତ୍କାଳୀନ ମୁଖ୍ୟ ଜବାହରଲାଲ୍ ନେହେରୁଙ୍କୁ ଲେଖିଥିବା ପତ୍ର । ସୂଚନାଯୋଗ୍ୟ କେ କେ ଭଣ୍ଡାରି ନୋଟ୍ ସରକାର ୨୦୦୦ ମସିହାରେ ସାର୍ବଜନୀନ କରିଥିଲେ । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନେତାଜୀଙ୍କ ମୃତ୍ୟୁ ରହସ୍ୟ ପୁଣିଥରେ ଆଲୋଡ଼ନ ସୃଷ୍ଟି କରିଛି ସାଧାରଣରେ । ତେବେ ସାଧାରଣରେ ଏବେ ପ୍ରଶ୍ନ ଉଠିଛି ନେତାଜୀଙ୍କ ଫାଇଲ୍ ଗୁଡ଼ିକୁ ବର୍ଷ ବର୍ଷ ଧରି ଗୁପ୍ତ ରଖାଯାଇଥିଲା କାହିଁକି ? ଏହା ପଛର କାରଣ କ’ଣ ? ସରକାରୀ ଉଦାସୀନତା ନା ଆଉ କିଛି ?

subhas_647_091815073917୧୯୪୫ ମସିହା ଅଗଷ୍ଟ ମାସ ୧୮ ତାରିଖ । ପ୍ରାଣ ହରାଇଥିଲେ ନେତାଜୀ । ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ନେତାଜୀଙ୍କର । ଏହାପରେ ନେତାଜୀଙ୍କର କରାଯାଇ ଥିଲା ଅନ୍ତିମ ସଂସ୍କାର । ସଂସ୍କାର ପୁଣି ହୋଇଥିଲା ଅଲଗା ଏକ ନାମରେ । କିଛି ଦିନ ତଳେ ଏହା ଦାବି କରିଥିଲା ବ୍ରିଟେନର ୱେବସାଇଟ୍ ବୋଷ୍ ଫାଇଲ୍ସ ଡଟ୍ ଇନଫୋ । ଘଟଣା ଦିନ ନେତାଜୀ କଣ କରିଥିଲେ ତାକୁ ଉନ୍ମୋଚନ କରିଥିଲା ଏହି ୱେବସାଇଟ । ୱେବସାଇଟ ଅନୁଯାୟୀ ୧୯୪୫ ଅଗଷ୍ଟ ୧୮ ସକାଳେ ନେତାଜୀ ଜାପାନ ଏୟାରଫୋର୍ସ ବିମାନରେ ଭିଏତନାମର ତୌରାନେରୁ ଉଡାଣ ଆରମ୍ଭ କରିଥିଲେ ।netaji-story-fb_647_121315091936 ବିମାନଟି ହେଇତୋ ଦେଇ ଟୋକିଓ ଯିବାର ଥିଲା । ପାଇଲଟ ବିମାନଟକୁ ହେଇତୋରେ ନରଖି ସିଧା ତାଇପେଇ ଯାଇଥିଲେ । ତାଇପେଇରୁ ଉଡାଣ ଭରିବା ପରେ ବିମାନର ବାମ ପାଖ ଇଞ୍ଜିନ ଠିକ ଭାବେ କାର୍ଯ୍ୟ କରିନଥିଲା ଓ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ନେତାଜୀ । ତେବେ ଏହାକୁ ସତ ଗ୍ରହଣ କରିବାକୁ ରାଜି ନୁହନ୍ତି କେହି । କାରଣ ନିୟମିତ ସମୟ ଅନ୍ତରରେ ନେତାଜୀଙ୍କ ସମ୍ପର୍କିତ କିଛି ନା କିଛି ଜିନିଷ ଆସୁଛି ସାମ୍ନାକୁ । ଯାହା ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ କରୁଛି ଆହୁରି ରହସ୍ୟମୟ । ଏବେ ନେତାଜୀ ସୁଭାଷ ବୋଷଙ୍କର ଭଣ୍ଡାରି ବାବା କନେକ୍ସନ୍ ବଢ଼ାଇଛି ରହସ୍ୟ । ଆଶା ଏ ରହସ୍ୟର ଶିଘ୍ର ହେଉ ପର୍ଦ୍ଦାଫାଶ ।

ସ୍ୱାଧୀନତା ସଂଗ୍ରାମର ମହାନ କର୍ଣ୍ଣଧାର ନେତାଜୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଏବେ ଚାଲିଛି ଅନେକ ତର୍ଜମା । ସମସ୍ତେ ଚାହୁଁଛନ୍ତି ସତ ଘଟଣା ସାମ୍ନାକୁ ଆସୁ । ଆଗାମୀ ଦିନରେ ନେତାଜୀଙ୍କ ସହ ଭଣ୍ଡାରି ବାବାଙ୍କ ସଂପୃକ୍ତି ଦେଇପାରେ ନୂଆ ତଥ୍ୟ ।