୫୦୦୦ କୋଟି ଟଙ୍କାର ବିନିଯୋଗ, ୧୨୦୦୦ ନିଯୁକ୍ତିର ଆଶା ଦେଖାଇ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିଭୂମି ରଖିଲେ ମୁଖ୍ୟମନ୍ତ୍ରୀ

147

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ ୩୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୪୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ବାଲିଆପାଳର ଚୌମୁଖ ଠାରେ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଓଡ଼ିଶା ସରକାର ଓ ଟାଟା ଷ୍ଟିଲର ମିଳିତ ସହଯଯାଗରେ ଆରମ୍ଭ ହୋଇଛି ଏହି ପ୍ରକଳ୍ପ । ଏଥିପାଇଁ ମୋଟ୍ ୫୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ନିର୍ମାଣ କାର୍ଯ୍ୟ ୪ ବର୍ଷରେ ଶେଷ ହୋଇଯିବ । ବନ୍ଦର ନିର୍ମାଣ ଯୋଗୁଁ ପ୍ରାୟ ୧୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ । ବାର୍ଷିକ ଏହାର ୨୫ରୁ ୫୫ ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କ୍ଷମତା ରହିବ ବୋଲି ଆକଳନ ହୋଇଛି । ବନ୍ଦରରେ ରହିବ ୧୨ ବର୍ଥ । । ଏହି ବନ୍ଦର ହେବାଦ୍ୱାରା ଓଡ଼ିଶାର ଶିଳ୍ପାୟନ ତ୍ୱାରାନ୍ୱିତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ ।

ସୂଚନାଯୋଗ୍ୟ ସପ୍ତଦଶ ଶତାବ୍ଦୀରେୀ ବାଲଶ୍ୱର ମଧ୍ୟ ନୌବାଣିଜ୍ୟ କ୍ଷେତ୍ରରେ ବହୁତ ସକ୍ରିୟ ଥିଲା । ସୁବର୍ଣ୍ଣରେଖା ବନ୍ଦର ଦ୍ୱାରା ବଙ୍ଗଳା, ଝାରଖଣ୍ଡ, ବିହାର ସମେତ ଉତ୍ତରାଖଣ୍ଡ ପରି ରାଜ୍ୟ ଉପକୃତ ହେଉଥିଲେ । ଏହାବ୍ୟତୀତ ବାଙ୍ଗଲାଦେଶ ନେପାଳ ଓ ଦକ୍ଷିଣ ପୂବ ଏସୀୟ ଦେଶ ଗୁଡ଼ିକ ମଧ୍ୟ ବନ୍ଦର ପାଇଁ ଉପକୃତ ହେଉଥିଲେ ।

ଜନସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶା ତା’ ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ପାଇଁ ପ୍ରସିଦ୍ଧ । ଅତୀତରେ ଓଡ଼ିଆ ପୁଅମାନେ ବିଦେଶକୁ ଯାଇ ବାଣିଜ୍ୟ କରୁଥିଲେ ଓ ଓଡ଼ିଶା ପାଇଁ ସମୃଦ୍ଧି ଆଣିଥିଲେ । ଓଡ଼ିଶା ନୌବାଣଜ୍ୟର ସମୃଦ୍ଧିକୁ ଫେରାଇ ଆଣିବା ପାଇଁ ସ୍ୱର୍ଗତ ବିଜୁବାବୁ ୬୦ ଦଶକରେ ପାରାଦ୍ୱୀପ ବନ୍ଦର କାମ ଆରମ୍ଭ କରିଥିଲେ । ଆଜି ପାରଦ୍ୱୀପ ଏକ ବଡ଼ ବିମାନବନ୍ଦର ମଧ୍ୟରୁ ଏକ । ଏବେ ସୁବର୍ଣ୍ଣରେଖା ବନ୍ଦର କାମ ଶେଷ ହେଲେ ରାଜ୍ୟବାସୀ ଅଧିକ ଉପକୃତ ହୋଇପାରିବେ ।