ସୁବର୍ଣ୍ଣରେଖାର ସୁଅ : ଝାଡ଼ଖଣ୍ଡରୁ ନିଷ୍କାସିତ ଜଳ ଯୋଗୁଁ ଓଡ଼ିଶାରେ ବନ୍ୟା ସ୍ଥିିତି

53

Screen shot 2016-08-19 at 7.29.57 PMକନକ ବ୍ୟୁରୋ : ଫୁଲୁଛି ସୁବର୍ଣ୍ଣରେଖା। ବଢୁଛି ଜଳସ୍ତର। ବିପଦ ସଂକୁଳ ଉପରେ ବନ୍ୟାଜଳ। ଝାଡ଼ଖଣ୍ଡର ବନ୍ୟାଜଳ ନିଷ୍କାସନ ଯୋଗୁଁ ବାଲେଶ୍ୱର ଏବଂ ମୟୁରଭଂଜ ଜିଲ୍ଲାରେ ଏବେ ବନ୍ୟାସ୍ଥିତି। ତଳିଆ ଅଂଚଳରୁ ଡଙ୍ଗା ସାହାଯ୍ୟରେ ଚାଲିଛି ଉଦ୍ଧାର କାର୍ଯ୍ୟ। ପ୍ରଶାସନ ପକ୍ଷରୁ ଲୋକଙ୍କୁୁ ଖାଲିକରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍ ଏବଂ ଏନଡିଆରଏଫ ଟିମ୍ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ତେବେ ବନ୍ୟାସ୍ଥିତିକୁ ନେଇ ନଈକୂଳିଆ ଲୋକଙ୍କ ମଧ୍ୟରେ ଭୟର ବାତାବଣ ଦେଖିବାକୁ ମିଳିଛି।

Screen shot 2016-08-19 at 7.31.10 PMବାଲେଶ୍ୱର ଜିଲ୍ଲା ବାଲିଆପାଳର ୫ଟି ପଂଚାୟତର ୨୦ଟି ଗାଁରେ ପ୍ରବେଶ କରିଛି ବନ୍ୟାପାଣି। ଜଳେଶ୍ୱର ବ୍ଲକର ୬ଟି ପଂଚାୟତର ୨୦ରୁ ଅଧିକ ଗାଁ ଏହି ବନ୍ୟାଜଳ ଯୋଗୁଁ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଭୋଗରାଇ ବ୍ଲକରେ ୧୨ଟି ପଂଚାୟତର ପ୍ରାୟ ୧୦୦ରୁ ଅଧିକ ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି। ବସ୍ତା ବ୍ଲକର ବିଭିନ୍ନ ଅଂଚଳ ମଧ୍ୟ ଏହି ବନ୍ୟାଜଳ ଯୋଗୁଁ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ମାଡ଼ି ଆସିବାରୁ ମୟୁରଭଂଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ମଧ୍ୟ ଅନେକ ଗାଁ ବନ୍ୟାପାଣି ପ୍ରବେଶ କରିଛି ।

ସୁବର୍ଣ୍ଣରେଖାରେ ବନ୍ୟାଜଳ ଏବଂ ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ବଢୁଛି। ଯାହାଫଳରେ ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।

ଏପଟେ ବନ୍ୟା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧିନ ରହିଛି ଏବଂ ସତର୍କ ସୂଚନା ଭଳି ସ୍ଥିତି ନଥିବା କହିଛନ୍ତି ସ୍ପୋଶାଲ ରିଲିଫ କମିଶନର। ବନ୍ୟାଜଳ ଧିରେ ଧିରେ କମୁଥିବାରୁ ବହୁ ଅଂଚଳ ଜଳମଗ୍ନ ହେଲା ଭଳି ସ୍ଥିତି ଉପୁଜିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଜାଲଡିହ ଡ୍ୟାମରୁ ପ୍ରାୟ ୩ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ଛାଡିଛି ଝାଡଖଣ୍ଡ। ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡରୁ ଏହି ବନ୍ୟାଜଳ ନିଷ୍କାସନ ଦ୍ୱାରା ବାଲେଶ୍ୱର ଏବଂ ମୟୁରଭଂଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।