ରାଜଘାଟରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା ! ବାଲିଆପାଳର ୧୦ଟି ଗାଁରେ ପଶିଲା ବନ୍ୟାପାଣି

30

କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଝାଡଖଣ୍ଡର ଗାଲାଟି ଡ୍ୟାମ ଖୋଲିବା ପରେ ଏହି ନଦୀରେ ପ୍ରଖର ସ୍ରୋତ ଦେଖିବାକୁ ମିଳିଛି । ଜାମଶୋଳାଘାଟ ଓ ରାଜଘାଟରେ ଜଳସ୍ତର ବଢିବାରେ ଲାଗିଛି । ରାଜଘାଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ନଦୀରେ ବର୍ତ୍ତମାନ ଜଳସ୍ତର ରହିଛି ୧୦.୩୯ ମିଟର । ଫଳରେ ବାଲିଆପାଳର ୧୦ଟି ଗାଁରେ ବନ୍ୟାପାଣି ପ୍ରବେଶ କରିଛି । ନଦୀରେ ଜଳସ୍ତର ଘଂଟାକୁ ଦଶମିକ ୨ ମିଟର ବଢ଼ୁଛି । ଜଳକାରେ ବି ବଢ଼ୁଛି ଜଳସ୍ତର । ବିପଦସଙ୍କେତ ସ୍ତର ୫.୫୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୫.୯୪ ମିଟର । ବୁଢାବଳଙ୍ଗରେ ବି ଜଳସ୍ତର ବଢୁଛି ।