ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ମଧ୍ୟ ଜିଲ୍ଳା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ଜିଲ୍ଳା କଂଗ୍ରେସ କମିଟି ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସରକାରୀ କାର୍ଯ୍ୟାଳୟ, ସ୍କୁଲ,କଲେଜ ଆଗରେ ପିକେଟିଂ କରିଛନ୍ତି । ସହରର ମୁଖ୍ୟ ରାସ୍ତାମାନଙ୍କରେ ବ୍ଲକ ଛକ, ନଳିନୀ ଛକ, କୁନ୍ଦୁର କୁଶୁଲ ଛକରେ ଟାୟାର ଜାଳି ରାସ୍ତା ବନ୍ଦ କରିଛନ୍ତି କଂଗ୍ରେସ କର୍ମୀ । ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଓ ଯାନବାହନ ଚଳାଚଳ ବନ୍ଦ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।