ସୁବର୍ଣ୍ଣପୁର : ବିରମହାରାଜପୁର ସହରରେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ୧୨ ଘଂଟିଆ ବନ୍ଦ ପାଳନ

29

କନକ ବ୍ୟୁରୋ : ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରରେ ୧୨ ଘଂଟିଆ ବନ୍ଦ ପାଳନ । ସ୍ୱେଚ୍ଛାସ୍ୱେବୀ କିଶୋର ହୋତାଙ୍କ ନେତୃତ୍ୱରେ ଉଠାଦୋକାନୀ ସଂଘ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି । ୧୫ ଦିନ ତଳେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଜାଗାରେ ରାସ୍ତାକଡ଼ରେ ଥିବା ସମସ୍ତ ଉଠାଦେକାନୀଙ୍କୁ ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିଲା ।

ଏ ନେଇ ଉଠାଦୋକନୀ ସଂଘ ପକ୍ଷରୁ ଥଇଥାନ ଦାବୀ କରି ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆ ନଯିବାରୁ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସହରରେ ସରକାରୀ ବେସରକାରୀ କାର୍ଯ୍ୟାଳୟ ସ୍କୁଲ କଲେଜ ବନ୍ଦ ରହିଛି । ସହରର ତ୍ରିବେଣି ଛକ, ବସଷ୍ଟାଣ୍ଡ ଛକ, ହସ୍ପିଟାଲ ଛକ ଗୁଡ଼ିକରେ ଦୋକାନୀ ମାନେ ରାସ୍ତାରୋକ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିରମହାରଜପୁର ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି ।