ଆଦିବାସୀଙ୍କ ସରକାର ବିରୋଧୀ ଗର୍ଜନ:୧୪ ଦଫା ଦାବିରେ କମ୍ପିଲା ସୁବର୍ଣ୍ଣପୁର

52

ରାମପୁର :ସୁବର୍ଣ୍ଣପୁରରେ ଆଦିବାସୀଙ୍କ ସରକାର  ବିରୋଧୀ ଗର୍ଜନ । ୧୪ ଦଫା ଦାବି ପୁରଣ ପାଇଁ ରାମପୁର ସହରରେ ଆଦିବାସୀ ସଂଘ ପକ୍ଷରୁ ବିଶାଳ ସମାବେଶ ହୋଇଛି । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଦିବାସୀ । ଟାଙ୍ଗିଆ, ବର୍ଛା, ଫାର୍ସା, ଖଣ୍ଡା ଆଦି ଧରି ପଶ୍ଚିମ ଓଡିଶାର ଲୋକବାଦ୍ୟର ତାଳେ ତାଳେ ନିଜର ଦାବି ଉପସ୍ଥାପନ କରିଛି ସଂଘ । ସରକାର ଆଦିବାସୀମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏହାସହ ସେମାନଙ୍କୁ ଘରଡିହ ପ୍ରଦାନ, ଆଦିବାସୀ ସ୍କୁଲ କଲେଜ ନିର୍ମାଣ ,ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା ସହ ଆଦିବାସୀ ଅଂଚଳରୁ ମଦଭାଟି ଓ ମଦକୋଠୀ ଉଚ୍ଛେଦ ପାଇଁ ଦାବୀ ହୋଇଛିି । ଏନେଇ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ଚେତାଇଦେଇଛି ସଂଘ ।