ସବଇନସପେକ୍ଟରରୁ ବିଚାରପତି : ଦେଶର ସବୁଠୁ ଚର୍ଚ୍ଚିତ ଟୁଜି ଦୁର୍ନୀତିର ରାୟ ଶୁଣାଇଥିବା ବିଚାରପତିଙ୍କ ବିଷୟରେ ଜାଣନ୍ତୁ । 

61

ଆଜି ଦେଶର ସବୁଠାରୁ ବଡ ଦୁର୍ନୀତି ଟୁଜି  ସ୍କାମର ରାୟ ଆସିଛି  । ଏହି ରାୟ ପ୍ରକାଶ ପାଇବାପରେ ଯେତିକି ଚର୍ଚା ହୋଇଥିଲା ତାଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ ରାୟ ଶୁଣାଇଥିବା ବିଚାରପତି ଓ.ପି. ସାଇନି । ଦେଶର ସବୁଠାରୁ ବଡ ଦୁର୍ନୀତିରେ ଅଭିଯୁକ୍ତ ଥିଲେ ତତକାଳୀନ ଟେଲିକମ ମନ୍ତ୍ରୀ ଏ.ରାଜା । ସାତ ବର୍ଷ ଧରି ଚାଲିଥିବା ଏହି ମାମଲାରେ ଏ.ରାଜା ଓ ସାଂସଦ କାନିମୋଝୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ସିବିଆଇର ସ୍ୱତନ୍ତ୍ର ଅଦାଲତ ।

ଦେଶର ସବୁଠାରୁ ବଡ ଦୁର୍ନୀତିର ରାୟ ଶୁଣାଇଥିବା ସେହି ଜଣାଶୁଣା ବିଚାରପତିଙ୍କ ବିଷୟରେ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ: 

-୬୨ ବର୍ଷିୟ ବିଚାରପତି ଦିଲ୍ଲୀ ପୋଲିସର ସବଇନସପେକ୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଛଅ ବର୍ଷ ଚାକିରୀ କରିବା ପରେ ଜୁଡିସିଆଲ ମାଜଷ୍ଟ୍ରେଟ ପରୀକ୍ଷା ଦେଇ ସଫଳତା ପାଇଥିଲେ ।

– ଟୁଜି କେସର ପରିଚାଳନା ପାଇଁ ସୁପ୍ରିମକୋର୍ଟର ବିଚାରପତି ଜି.ଏସ. ସାଙ୍ଗଭି ଓ ଏ.କେ. ଗାଙ୍ଗୁଲିଙ୍କ ଖଣ୍ଡପୀଠ ସାଇନିଙ୍କୁ ବାଛିଥିଲେ । କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର କୋର୍ଟରେ ବିଚାରପତି ଭାବେ ସାଇନିଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

-ଟୁଜି କେସ ପରିଚାଳନା ପୂର୍ବରୁ  କମନ ୱେଲଥ ଗେମସର ଶୁଣାଣି କରିଥିଲେ । ସୁରେଶ କାଲମାଡିଙ୍କ ସହଯୋଗୀ  ଲଳିତ ଭାନଟ, ଭିକେ ବର୍ମା, କେ. ୟୁ.କେ. ରେଡ୍ଡୀ, ପ୍ରବୀଣ ବାଗଚି, ଦେଓରଖର ଶେଖରଙ୍କୁ ଜେଲ ପଠାଇଥିଲେ ।

-ଓପି ସାଇନି ଜଣେ କଡା ବିଚାରପତି ଭାବେ ଜଣାଶୁଣା ଥିଲେ । ଟୁଜି ଦୁର୍ନୀତି ମାମଲାରେ ଅଭିଯୁକ୍ତ କାନିମୋଝୀ ଓ ଅନ୍ୟ ସାତ ଜଣଙ୍କୁ  ଜାମିନ ଦେଇନଥିଲେ ।

-ବିଚାରପତି ସାଇନି  ମଧ୍ୟ ନାଲୋକ ବିରୋଧରେ ଆସିଥିବା ଦୁର୍ନୀତିର ଶୁଣାଣି କରିଥିଲେ ଏବଂ ତତକାଳୀନ ନାଲୋକ ଚେୟାରମ୍ୟାନ ଏ.କେ. ଶ୍ରୀବାସ୍ତବଙ୍କୁ ବେଲ ଦେବାକୁ ମନାକରିଦେଇଥିଲେ ।

-୨୦୦୦ ମସିହା ଡିସେମ୍ବର ମାସରେ ହୋଇଥିବା ରେଡଫୋର୍ଟ ଗୁଳିକାଣ୍ଡ ମାମଲାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତକୁ ଫାଶୀ  ଓ ଅନ୍ୟ ୬ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ । ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ କରି ୩ଜଣ ଯବାନଙ୍କୁ  ମାରିଥିଲେ ଆରିଫ ଓ ତାଙ୍କ  ସହଯୋଗୀ ।  ୨୦୦୫ରେ ଆରିଫଙ୍କୁ ଫାଶୀ ଶୁଣାଇଥିଲେ ସାଇନି ଯାହାକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ କାଏମ ରଖିଥିଲେ ।