ମଣିଷ ଛୁଆକୁ କୁକୁର ଖାଇବା ଘଟଣା ! ମେଡିକାଲ ପରିସର ପରିଦର୍ଶନ କଲେ ଉପଜିଲ୍ଲାପାଳ ଓ ସିିଡିଏମଓ

27

କନକ ବ୍ୟୁରୋ : ଜୟପୁର ମେଡିକାଲ ପରିସରରେ ନବଜାତ ଶିଶୁ କୁକୁର ଖାଇବା ଘଟଣାରେ ଆରମ୍ଭ ହୋଇଛି ତନାଘନା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଓ ସିଡିଏମଓ ଆଜି ମେଡିକାଲ ପରିଦର୍ଶନ କରିଛନ୍ତି । ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଜଣ ଜଣଙ୍କୁ ଡାକି ପଚରାଉଚରା କରିଛନ୍ତି । ଗତକାଲି ସ୍ପଷ୍ଟ ବିଦାଲୋକରେ ମୃତ ନବଜାତ ଶିଶୁକୁ ପଲେ କୁକୁର ଝୁଣି ଖାଉଥିବା ଦେଖିବାକୁ ମିଳିଥିଲା ।